Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସନ୍ଧ୍ୟା ୭ରୁ ସକାଳ ୭ ବାହାରକୁ ବାହାରିବା ମନା: ସାରା ରାଜ୍ୟରେ ଲାଗୁ ହେଲା କଟକଣା, ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଗତିବିଧୀ ଉପରେ ରୋକ୍

4/05/2020 at 9:03 PM

ଭୁବନେଶ୍ୱର, ୦୪|୦୫ :  ରାଜ୍ୟ ପାଇଁ ପୁଣି ନୂଆ କଟକଣା । ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଘରୁ ବାହାରିବା ମନା । ଲକଡାଉନ୍ ପାର୍ଟ ୩ ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଲକ୍‌ଡାଉନ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଆଜିଠୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ଏହି ସମୟରେ ଜରୁରୀକାଳୀନ କାମକୁ ବାଦ୍ ଦେଲେ ଅନ୍ୟ ସବୁ ଗତିବିଧି ଉପରେ ରୋକ୍ ଲଗାଯାଇଛି। ତେଣୁ ଆପଣ ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରୁଛି । ସମସ୍ତ ଜରୁରୀକାଳୀନ କାମ ଏବଂ ସେବା ଏହି କଟକଣାରୁ ବାଦ୍ ଦିଆଯାଇଛି।

ଆଜିଠାରୁ ଏହି କଟକଣା ଲାଗୁ ହୋଇଛି । ଅର୍ଥାତ କୌଣସି ଜରୁରୀ କାମ ନଥିଲେ ଘରୁ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ବାହାରିବାକୁ ମନା କରାଯାଇଛି । ଏପରି ସ୍ଥଳେ ପୋଲିସ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ମଧ୍ୟ ରହିଛି । ନିକଟରେ ସରକାର ପୋଲିସ ବିଭାଗକୁ ଲକଡାଉନ୍ ଉଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ଷମତା ପ୍ରଦାନ କରିଥିଲେ ।

ସୋମବାର ମଧ୍ୟ ଅନେକ ଆମାନିଆଙ୍କୁ ପୋଲିସ ଅଟକ ରଖିଥିବା ଦେଖିବାକୁ ମିଳିଥିଲା । ତେବେ ରାଜ୍ୟରେ ଏହି ୧୨ ଘଣ୍ଟିଆ କଟକଣାକୁ କଡାକଡି କରାଯିବା ସହ  ଲୋକଙ୍କୁ ଘରୁ ନବାହାରିବାକୁ ମଧ୍ୟ କୁହାଯାଇଛି ।

   Related Posts