Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିବାହରେ ୫୦ ଏବଂ ଅନ୍ତିମ ସଂସ୍କାରରେ ୨୦ ଲୋକଙ୍କୁ ଅନୁମତି, କରୋନା ସଂକ୍ରମଣ ବୃଦ୍ଧି ପରେ ସରକାରଙ୍କ ନୂଆ ଗାଇଡଲାଇନ୍‌

10/04/2021 at 11:01 PM

ନୂଆଦିଲ୍ଲୀ ୨୦/୪:  ଏବେ ଚାରିଆଡ଼େ କରୋନା, କରୋନା ଆଉ କରୋନା ! ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ଘନ ଘନ ନୂଆ ଗାଇଡ୍‌ଲାଇନ୍ସ ଆଣୁଛନ୍ତି। ଦିଲ୍ଲୀ ସରକାର ଆଣିଛନ୍ତି ନୂଆ ଗାଇଡ୍‌ଲାଇନ୍‌। ନୂଆ ନିୟମ ଅନୁସାରେ ବିଭିନ୍ନ ସାର୍ବଜନୀକ ସମାରୋହ ଉପରେ ପ୍ରତିବନ୍ଧ ଲଗାଯାଇଛି। ରେଷ୍ଟୁରାଣ୍ଟ, ସିନେମା ହଲ୍‌, ବିବାହ ଏବଂ ଅନ୍ତିମ ସଂସ୍କାର ବେଳେ ଲୋକସଂଖ୍ୟାକୁ କମ୍‌ କରିବା ଉପରେ ସରକାର ଜୋର ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ନିୟମ ଏବଂ ରାତ୍ରି କର୍ଫ୍ୟୁ ଏପ୍ରିଲ ୩୦ ଯାଏ ବଳବତ୍ତର ରହିବ। ଦିଲ୍ଲୀର ପ୍ରତି ସାମାଜିକ, ରାଜନୈତକ, ଖେଳ, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି ସରକାର। ରେଷ୍ଟୁରାଣ୍ଟ, ସିନେମା ହଲ୍‌ ଏବଂ ବସ୍‌ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳିଙ୍କୁ ଛାଡ଼ି ଦେଲେ ସ୍ବିମିଂ ପୋଲ୍‌ ବନ୍ଦ ରହିବ।

ଷ୍ଟାଡିୟମରେ କୌଣସି ଦର୍ଶକ ରହିପାରିବେ ନାହିଁ। ଗ୍ରେଡ-୧ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ତଳିଆ କର୍ମଚାରୀ ରୋଟେସନ୍‌ ଆଧାରରେ କାର୍ଯ୍ୟାଳୟ ଆସିବେ। ଏହା ସହ ଘରୋଇ କାର୍ଯ୍ୟାଳୟରେ ସମୟ ଅବଧି କମ କରିବା ଏବଂ ଓ୍ବାର୍କ ଫର୍ମ ହୋମ ଉପରେ ଜୋର ଦେବାକୁ ପରାମର୍ଶ ଦେଇଛନ୍ତି ସରକାର। ନୂଆ ନିୟମ ଅନୁସାରେ ମହାରାଷ୍ଟ୍ରର ସମସ୍ତ ବିମାନ ଯାତ୍ରୀଙ୍କ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ। ଏହି ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର। ମୁଖ୍ୟ କଥା ହେଉଛି ଏଣିକି ଅନ୍ତିମ ସଂସ୍କାର ବେଳେ କେବଳ ୨୦ ଲୋକ ଏବଂ ବିବାହ ଉତ୍ସବରେ ୫୦ ଜଣ ଅତିଥି ସାମିଲ ହୋଇପାରିବେ।

   Related Posts