Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୨୦ ଜିଲ୍ଲାର ସମସ୍ତ ସହରରେ କାଲିଠୁ ନାଇଟ କର୍ଫ୍ୟୁ, ଛତିଶଗଡ଼କୁ ଲାଗିଥିବା ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍

15/04/2021 at 5:57 PM

ଭୁବନେଶ୍ବର ୧୫/୪: ଓଡ଼ିଶାରେ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବା ବେଳେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଗୁରୁବାର ୨୧ ଆଇଏଏସଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ଏହାକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ସରକାରଙ୍କ ଅନ୍ୟ ପଦକ୍ଷେପ ଉପରେ କହିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହେଲେ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ। ନଚେତ ଲୋକମାନଙ୍କୁ ୭ ଦିନିଆ କ୍ବାରେଣ୍ଟାଇନ୍‌ରେ ରଖାଯିବ। ଏହାସହ ଛତିଶଗଡ଼ ବର୍ଡରରେ ଥିବା ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠୁ ନାଇଟ କର୍ଫ୍ୟୁ ସମୟ ସନ୍ଧ୍ୟା ୬ରୁ ସକାଳ ୫ ଯାଏ  କରାଯାଇଛି ।

ଅଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଓଡ଼ିଶାର ସମସ୍ତ ଜିଲ୍ଲାର ଥିବା ସହରାଞ୍ଚଳରେ ଆସନ୍ତାକାଲିଠୁ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ହେବ। ଉପରୋକ୍ତ ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସମସ୍ତ ସହରରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ। ଶନିବାର ଏବଂ ରବିବାର ଓ୍ବିକ୍‌ଏଣ୍ଡ ସଟ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି।

କ୍ଷୀର, ଗ୍ରୋସରି, ଡେଲିଭରି, ମେଡିସନ୍‌ ଆଦି ଚାଲୁ ରହିବ। ଏଥିପାଇଁ ସେମାନେ ନିଜର ପରିଚୟ ପତ୍ର ଦେଖାଇବେ। ଏଥିପାଇଁ କୌଣସି ସ୍ବତନ୍ତ୍ର ପରିଚୟ ପତ୍ର ଦରକାର ନାହିଁ।   ନାଇଟ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ିକୁ ରୋକାଯାଇପାରିବ ନାହିଁ। ଦଶମ ଏବଂ +୨ ପରୀକ୍ଷା ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷାନୁଷ୍ଠାନ​‌ରେ ୧୯ ତାରିଖ ଠାରୁ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ। କୋଚିଂ ସେଣ୍ଟରରେ ଅଫଲାଇନ୍‌ କ୍ଳାସ ହେବ ନାହିଁ।

ରାସ୍ତାକଡ଼ରେ ଯେଉଁମାନେ ଖାଦ୍ୟ ବିକ୍ରି କରୁଛନ୍ତି ସେଠାରେ କୋଭିଡ୍‌ କଟକଣା ମାନିବାକୁ ପଡ଼ିବ। ସିନେମା ହଲରେ ୫୦ ପ୍ରତିଶତ ଲୋକେ ଆସିପାରିବେ। ମୀନାବଜାରରେ ୨୦୦ ଲୋକେ ସାମିଲ ହୋଇପାରିବେ। ଅପେରାରେ ଏବେ କେବଳ ୧୦୦୦ ଲୋକ ପ୍ରବେଶ କରିବା ସହ ୬ ଫୁଟ୍‌ ଦୂରତା ରକ୍ଷା କରିବେ। ସରକାରୀ ଅଫିସ୍‌ ଏବଂ ବେସରକାରୀ ଅଫିସ୍‌ ଏବେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ବର୍ତ୍ତମାନ ସମସ୍ତ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ତାସହିତ ଆହୁରି ଅଧିକ ବେଡ୍‌, ଆଇସିୟୁ ବ୍ୟବସ୍ଥା କରାଯାଉଛି । ଏହା ଲୋକମାନଙ୍କୁ ଟିକା ନେବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି।

   Related Posts