Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଢ଼େଙ୍କାନାଳ: ଯୋରନ୍ଦା ମେଳା ପାଇଁ ନୂଆ ଗାଇଡ୍‌ଲାଇନ୍

21/02/2021 at 5:51 PM

ଢ଼େଙ୍କାନାଳ୨୧/୨:  ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ଢ଼େଙ୍କାନାଳ ଜିଲ୍ଲା ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ଯୋରନ୍ଦା ମେଳା ପ୍ରସ୍ତୁତିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଯୋରନ୍ଦା ମେଳା ସରିଥିବା ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଉପରେ ଏବେ କଟକଣା ଜାରି କରାଯାଇଛି।  ସାମ୍ପ୍ରତିକ ସ୍ଥିତିରେ କରୋନା ସଂକ୍ରମଣ ଦୃଷ୍ଟିରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନୂଆ ଗାଇଡ଼ ଲାଇନ ଜାରି କରିଛି।

ଏପରି କି ଚଳିତ ବର୍ଷ ମେଳାକୁ କେବଳ ବିଧି ଭାବେ ପାଳନରେ ସୀମିତ ରଖାଯିବ। ଜିଲ୍ଲା ତଥା ରାଜ୍ୟ ବାହାର ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ସର୍ବ ସାଧରଣଙ୍କୁ ମେଳାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ କେବଳ ଜିଲ୍ଲାର ମହିମା ସାଧୁମାନଙ୍କ ମଧ୍ୟରେ ଚଳିତ ବର୍ଷ ଏହି ମେଳା ସୀମିତ ରହିବ। ତେବେ ମେଳାରେ ସାମିଲ ମହିମା ସାଧୁମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ଅପର ପକ୍ଷରେ ଆସନ୍ତା ୨୫ଓ ୨୬ତାରିଖ ଦୁଇଦିନ ଧରି ମହିମା ପରମ୍ପରା ମୁତାବକ ହେଉଥିବା ମେଳାରେ ମୁଖ୍ୟ ଗାଦି ମନ୍ଦିର ପରିସରରେ କୋଭିଡ କଟକଣା ମଧ୍ୟରେ ଅତି ବେଶୀରେ ୫୦ ଜଣ ସାଧୁଙ୍କ ମଧ୍ୟରେ ଝାଡ଼ ବତୀ ଓ ଧ୍ବନୀ ପ୍ରଜ୍ବଳନ ମଧ୍ୟରେ ସୀମିତ ରହିବ ବୋଲି ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି କରାଯାଇଛି ।

   Related Posts