କୋଭିଡ଼ ପାଇଁ ନୂଆ ଗାଇଡଲାଇନ୍, ସ୍ବାବ୍ ଦେବା ଦିନଠୁ ୧୦ ଦିନ ହୋମ୍ ଆଇସୋଲେସନ୍

Published By : Prameya-News7 Bureau | September 11, 2020 IST

ଭୁବନେଶ୍ୱର ୧୧।୦୯: କୋଭିଡ ପାଇଁ ଆସିଲା ନୂଆ ଗାଇଡଲାଇନ୍ । କୋଭିଡ ଟେଷ୍ଟ ପାଇଁ ସ୍ବାବ୍ ଦେବା ଦିନଠାରୁ ୧୦ ଦିନ ହୋମ୍ ଆଇସୋଲେସନ୍ ରେ ରହିବାକୁ ପଡିବ । ଯଦି ରିପୋର୍ଟ ପଜିଟିଭ ଆସେ ଏବଂ କୌଣସି ଲକ୍ଷଣ ନାହିଁ ତେବେ ୧୦ ଦିନ ହୋମ୍ ଆଇସୋଲେସନ୍ ରେ ରହିବାକୁ ପଡିବ ।

ସେହିପରି ଯଦି କିଛି ଲକ୍ଷଣ ରହିଛି ତେବେ ଲକ୍ଷଣ ଦେଖାଯିବା ଦିନଟାରୁ ୧୦ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନ୍ ରେ ରହିବାକୁ ପଡିବ । ଉଭୟ ଲକ୍ଷଣଯୁକ୍ତ ଏବଂ ଲକ୍ଷଣବିହୀନ ଆକ୍ରାନ୍ତଙ୍କର ଯଦି ଲଗାତର ୩ଦିନ ଜ୍ବର ନଆସେ ତେବେ ୧୦ଦିନ ପରେ ହୋମ୍ ଆଇସୋଲେସନ୍ ଅବଧି ଶେଷ ହେବ । ଏହାପରେ ମଧ୍ୟ ୭ଦିନ ପର୍ଯ୍ୟନ୍ତ ସେଲ୍ଫ ମନିଟରିଂରେ ରହିବା ପରେ ସେ କାର୍ଯ୍ୟରେ ଯୋଗ ଦେଇପାରିବେ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.