ସରକାରଙ୍କ ନୂଆ ନୀତି: ବିଦା ହେବେ ଦୁର୍ନୀତିଗ୍ରସ୍ତ ଓ ପ୍ରଭାବ ହୀନ କର୍ମଚାରୀ

Published By : Prameya-News7 Bureau | September 26, 2019 IST

ଭୁବନେଶ୍ୱର ୨୬।୦୯ -  ଦୁର୍ନୀତିଗ୍ରସ୍ତ ଓ ପ୍ରଭାବ ହୀନ କର୍ମଚାରୀ  ବିଦା ହେବେ । ଏଥିପାଇଁ ସରକାର ଲାଗୁ କଲେ ନିୟମ । ଏଣିକି ଗ୍ରୁପ ଏ ଏବଂ ବି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବର୍ଷକୁ ୪ଥର ଓ ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବର୍ଷକୁ ୨ଥର ତର୍ଜମା ହେବ । ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀ ସଂଘ ସ୍ୱାଗତ କରିଛନ୍ତି । କିନ୍ତୁ ଏହି ଆଇନ୍ କାର୍ଯ୍ୟକାରୀ ନେଇ ସନ୍ଦେହ କରିଛନ୍ତି। କାରଣ ଏହି ଆଇନ କାର୍ଯ୍ୟକାରୀ ହେଲା ବେଳେ ଯେମତି କେହି ଉଦେଶ୍ୟ ମୂଳକ ଭାବେ  ଏହା ଶିକାର ନହୁଅନ୍ତି। ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଘ ଓ ପୂର୍ବତନ କର୍ମଚାରୀ…

{"id":163125,"width":577,"height":325}

ଦୁର୍ନୀତିଗ୍ରସ୍ତ ଓ ପ୍ରଭାବହୀନ କର୍ମଚରୀ ସାବଧାନ । ଏହି ଅଫିସରଙ୍କୁ ଠାବ କରି ବିଦା କରିବେ ସରକାର। ପୁରୁଣା ନିୟମକୁ ଏବେ ସରକାର ବିଜ୍ଞପ୍ତି ଜାରି କରି କଡାକଡି ଭାବେ ଲାଗୁ କରିଛନ୍ତି।  ଏଣିକି ଗ୍ରୁପ୍ ଏ, ବି,ସି ଓ ଡି କ୍ଷେତ୍ରର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମାପିବେ ସରକାର । ଗ୍ରୁପ ଏ ଓ ବି କର୍ମାଚରୀଙ୍କ କ୍ଷେତ୍ରରେ ବର୍ଷକୁ ୪ଥର ଏବଂ ସି ଓ ଡି କର୍ମଚାରୀଙ୍କ କ୍ଷେତ୍ରରେ ଦୁଇ ଥର କାର୍ଯ୍ୟ ଦକ୍ଷତାର ସମୀକ୍ଷା କରାଯିବ । ୩୦ ବର୍ଷର ଚାକିରି, ୫୦ କିମ୍ବା ୫୫ ବର୍ଷ ବୟସକୁ କାର୍ଯ୍ୟଦକ୍ଷତା ମାପିବା ବେଳେ ବିଚାରକୁ ନିଆଯିବ।

{"id":163126,"width":562,"height":316}

ଗ୍ରୁପ ଏ ଓ ବି କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷା ବର୍ଷର ମାର୍ଚ୍ଚ, ଜୁନ, ସପ୍ଟେମ୍ବର ଓ ଡିସେମ୍ବରର ଶେଷ ତାରିଖରେ କରାଯିବ। ସେହିପରି ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ଜୁନ ୩୦ ଓ ଡିସେମ୍ବର ୩୧ରେ କରାଯିବ । କୌଣସି କର୍ମଚାରୀ ଆଗୁଆ ଅବସର ନେବା ପାଇଁ  ବିଭିନ୍ନ ଦିଗକୁ ବିଚାରକୁ ନିଆଯିବ । କର୍ମଚାରୀ ଜଣଙ୍କ ଯେଉଁ ପଦରେ କାମ କରୁଛନ୍ତି ସେହି ପଦର ଦାୟୀତ୍ବ ନିର୍ବାହ ଲାଗି ଯଦି ସେ ଶାରୀରିକ ସ୍ତରରେ ସକ୍ଷମ ନଥିବେ, ଦକ୍ଷ ନଥିବେ ତେବେ ତାଙ୍କୁ ପ୍ରଭାବହୀନ କର୍ମଚାରୀ ବାଲି ବିଚାର କରାଯିବ । ଏନେଇ ବିଭଗୀୟ ସଚିବ ଅଭ୍ୟନ୍ତରୀଣ କମିଟି ଗଠନ କରି ସମୀକ୍ଷା କରିବେ। ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀ ସଂଘ  ସ୍ୱାଗତ କରିଛି ।

{"id":163127,"width":567,"height":319}

 ଏହି ନିୟମ କାର୍ଯ୍ୟକାରୀ ନେଇ ସଂଦେହ ରହିଛି । ଆଇଏଏସ ଏବଂ ଓଏଏସ ସର୍ଭିସ କୋଡରେ ଏହି ନିୟମ ରହିଛି। ଏହା ଲାଗୁବେଳେ ଯେମିତି ଉଦ୍ଦେଶ୍ୟ ମୂଳକ ନ ହୁଏ ଏବଂ କର୍ମଚାରୀଙ୍କ କାର୍ଯ୍ୟର ସଠିକ୍ ତର୍ଜମା ହେବା ଆବଶ୍ୟକତା ରହିଛି । ତର୍ଜମା ଆଳରେ  ଅଯଥାରେ କର୍ମଚାରୀଙ୍କୁ ହଇରାଣ ନକରାଯିବାକୁ ଦାବି ଉଠିଛି । 

{"id":163128,"width":573,"height":324}

ନବୀନଙ୍କ ପଞ୍ଚମ ପାଳିରେ ସରକାର ୫-ଟି ଲାଗୁ କରିବା ସହିତ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବାକୁ ପ୍ରାୟସ କରୁଛନ୍ତି। ତୃତୀୟ ଶନିବାର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଦେବାକୁ ବ୍ୟବସ୍ଥା ହୋଇଛି । ସେହିଭଳି କାର୍ଯ୍ୟାଳୟରେ ଅନୁପସ୍ଥିତ କର୍ମଚାରୀଙ୍କ ବାଟକୁ ଆଣିବାକୁ ପଦକ୍ଷେପ ନେଇଛନ୍ତି। ଏବେ ଦୁର୍ନୀତିଗ୍ରସ୍ତ ଏବଂ ପ୍ରଭାବହୀନ କର୍ମଚାରୀଙ୍କୁ ସାବାଡ ପାଇଁ ଦକ୍ଷତା ମାପିବା ନିୟମକୁ ବିଭିନ୍ନ ମହଲ ସ୍ୱାଗତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.