Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଲାଗୁ ହେଲା ୧୫ ଦିନ ପାଇଁ ଲକଡାଉନ୍ ଭଳି କଟକଣା, ସରକାର ଜାରି କଲେ ନୂଆ ଗାଇଡଲାଇନ୍

19/04/2021 at 8:46 AM

ଜୟପୁର, ୧୯/୦୪:  ସାରା ଦେଶରେ କରୋନାର ଆତଙ୍କ ବଢି ଚାଲିଛି । ଦୈନିକ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ଫେରିଛି । ତେବେ ରାଜସ୍ଥାନ ସରକାରଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନିକଟରେ ରାଜସ୍ଥାନ ସରକାର କରୋନାକୁ ନଜରରେ ରଖି ନାଇଟ୍ କର୍ଫ୍ୟୁ ଲାଗୁ କରିଥିଲେ । ଯେଉଁଥିରେ ଦୋକାନ ବଜାର ଆଦିକୁ ସନ୍ଧ୍ୟା ୫ଟା ପରେ ବନ୍ଦ ରଖିବାକୁ କୁହାଯାଇଥିଲା ।

ସରକାର ଏହି ନାଇଟ୍ କର୍ଫ୍ୟୁକୁ ଏପ୍ରିଲ ୧୬ରୁ ୩୦ ଯାଏଁ ଲାଗୁ କରିବା ପାଇଁ ଯୋଜନା କରିଥିଲେ । କିନ୍ତୁ ଏବେ ରାଜସ୍ଥାନରେ କର୍ଫ୍ୟୁର ଅବଧି ବୃଦ୍ଧି କରାଯାଇଛି । ଏବେ ମେ ୩ ଯାଏଁ ଏହାର ଅବଦ୍ଧି ବଢାଇ ଦିଆଯାଇଛି । ଏହାସହ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।

ନୂଆ ଗାଇଡଲାଇନ୍ ଅନୁସାରେ, ଏପ୍ରିଲ ୧୯ ତାରିଖ ସକାଳ ୫ଟାରୁ ମେ ୩ ସକାଳ ୫ଟା ଯାଏଁ ସମଗ୍ର ରାଜ୍ୟରେ ଗହଳି ଚହଳି ଉପରେ ରୋକ୍ ଲାଗିଛି । ଏହାସହ ସାପ୍ତାହାନ୍ତ କର୍ଫ୍ୟୁ ଲାଗୁ ହୋଇଛି । ଏହି ସମସ୍ତରେ ସମସ୍ତ କାର୍ଯ୍ୟସ୍ଥଳୀ, ବଜାର ଆଦି ବନ୍ଦ ରହିବ । ଟିକେଟ୍ ଦେଖାଇଲେ ହିଁ ଷ୍ଟେସନ୍ ବିମାନବନ୍ଦର ଆଦି ଯିବାକୁ ଅନୁମତି ମିଳିବ । ଏହାସହ ଯାତ୍ରା ପୂର୍ବରୁ କରାଯାଇଥିବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ମଧ୍ୟ ଦେଖାଇବା ବାଧ୍ୟତାମୂଳକ ।

ଏତତ୍ ବ୍ୟତୀତ କଟକଣା ବେଳେ ସମସ୍ତ ଜରୁରୀକାଳିନ ସେବାକୁ ବାଦ୍ ଦିଆଯାଇଛି । ତେବେ ଜନସାଧାରଣଙ୍କ ଚଳପ୍ରଚଳ ଓ ଯାନବାହାନ ଯାତାୟତ ଉପରେ ରୋକ୍ ଲାଗିବା ନେଇ ସରକାର କହିଛନ୍ତି ।

   Related Posts