କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶନାମା, ନଭେମ୍ୱର ୩୦ ଯାଏଁ ବଢିଲା କଟକଣା

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯/୧୦: ନଭେମ୍ବର ୩୦ ପର୍ଯ୍ୟନ୍ତ କୋଭିଡ୍ କଟକଣା ବଢ଼ିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶରେ କୋଭିଡ୍ କଟକଣା ବୃଦ୍ଧି କରିଛନ୍ତି। ଦେଶରେ ପାର୍ବଣ ଋତୁ ପାଇଁ କୋଭିଡ୍ କଟକଣା ବଢ଼ିଛି। ଗତ ସେପ୍ଟେମ୍ବର ୨୮ରେ ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ କଟକଣା ବଢ଼ାଇଥିଲେ ।

ପୁଣିଥରେ ଏହି କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତ ଅଗଷ୍ଟ ମାସର ଗାଇଡଲାଇନ୍ କୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଓ ଏହାପରେ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଆଉ ସମାନ ନିୟମାବଳୀକୁ ଆଉ ମାସେ ଅର୍ଥାତ୍ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.