ଲକଡାଉନ୍-୨ରେ ନିୟମ କଡାକଡି: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍, ମଦ ଓ ଗୁଟଖା ବିକ୍ରି ବନ୍ଦ
15/04/2020 at 12:00 PM

ନୂଆଦିଲ୍ଲୀ, ୧୫|୦୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ ବୁଧବାର କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଲକଡାଉନ୍-୨ ପାଇଁ ଗାଇଡ ଲାଇନ୍ ଜାରି କରିଛି । ଏହା ସହ କିଛି ନିର୍ଦ୍ଦେଶ ମଧ୍ୟ ଜାରି କରିଛି । ଏଥିରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ଏହାସହ ଛେପ ପକାଇଲେ ଜରିମାନା ବ୍ୟବସ୍ଥା ହୋଇଛି ।

ନୂଆ ଗାଇଡଲାଇନ୍
ଅଫିସ, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
କୌଣସି ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ, ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ ।
ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦଣ୍ଡନୀୟ ଅପରାଧ, ଏହା ଉପରେ ଜରିମାନା ଲାଗିବ ।
ମଦ, ତମ୍ବାଖୁ, ଗୁଟଖା ବିକ୍ରି ବ୍ୟାନ୍ ।
ସରକାର ଅଫିସ୍ ପାଇଁ ମଧ୍ୟ କିଛି ଗାଇଡଲାଇନ୍ ଜାରି କରିଛନ୍ତି । ଯେଉଁଠାରେ ଲକଡାଉନ୍ ସମୟରେ କାମକାର୍ଯ୍ୟ ଜାରି ରହିବ ସେଠାରେ କିଛି ନିୟମ ପାଳନ କରିବାକୁ କୁହାଯାଇଛି ।
ସମସ୍ତ ଅଫିସରେ ତାପମାତ୍ରା ସ୍କ୍ରିନି, ସାନିଟାଇଜର ସୁବିଧା ରହିବ ।
ସିଫ୍ଟ୍ ପରିବର୍ତ୍ତନରେ ଏକ ଘଣ୍ଟାର ଅନ୍ତର ରହିବା ଆବଶ୍ୟକ ।
ଯେଉଁମାନଙ୍କ ବୟସ ୬୫ ବର୍ଷ ଓ ଯେଉଁମାନଙ୍କର ୫ ବର୍ଷରୁ କମ ସେମାନଙ୍କୁ ଘରେ କାମ କରିବାକୁ କୁହାଯାଇଛି ।