Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନିଜ କର୍ମଚାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର : ପାଳନ କରିବାକୁ ହେବ ଏହିସବୁ ନିୟମ

9/06/2020 at 11:54 AM

ନୂଆଦିଲ୍ଲୀ ୦୯/୦୬ : ଦେଶରେ କରୋନା ସଂକ୍ରମଣ ଭୟ ଏବେ ସୁଦ୍ଧା ଟଳିନାହିଁ | ଏବେ ମଧ୍ୟ ସଂକ୍ରମଣ ଭୟ ରହିଛି | କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି | ସରକାରୀ କାର୍ଯ୍ୟାଳୟରେ କରୋନା ସଂକ୍ରମଣ ମାମଲା ଲଗାତାର ସାମ୍ନାକୁ ଆସୁଛି | ଯାହାଫଳରେ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି | ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ, କେବଳ ସେହି କର୍ମଚାରୀଙ୍କୁ କାର୍ଯ୍ୟାଳୟ ଆସିବାକୁ ଦିଆଯାଇଛି ଯେଉଁମାନଙ୍କ ମଧ୍ୟରେ କରୋନା ଲକ୍ଷଣ ନାହିଁ | ଜାଣନ୍ତୁ ସରକାରୀ କର୍ମଚାରୀଙ୍କ ପାଇଁ କଣ ରହିଛି ସରକାରଙ୍କ ନୂଆ ଗାଇଡଲାଇନ :

୧.  ଯଦି କର୍ମଚାରୀଙ୍କୁ ଥଣ୍ଡା, କାଶ କିମ୍ବା ଜ୍ୱର ହୋଇଛି ତାହେଲେ ସେମାନଙ୍କୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଛି

୨. କଣ୍ଟେନମେଣ୍ଟ ଜୋନରେ ରହୁଥିବା ସରକାରୀ କର୍ମଚାରୀ ଏବଂ ଅଧିକାରୀ ଘରେ ରହି କାମ କରିବେରୋସ୍ତର | ଯେବେ ଯାଏଁ କଣ୍ଟେନମେଣ୍ଟ ଜୋନ ନ ହଟିଛି ସେବେଯାଏଁ ଏମାନେ ଘରେ ରହି କାମ କରିବେ

୩. ଦିନକୁ ୨୦ରୁ ଅଧିକ ଅଧିକାରୀ କିମ୍ବା କର୍ମଚାରୀ କାମ କରିବେ ନାହିଁ | ଏଥିପାଇଁ ରୋଷ୍ଟ୍ରର ତିଆରି କରାଯିବ | ବାକିତକ କର୍ମଚାରୀ ଘରେ ରହି କାମ କରିବେ

୪. ଯଦି ଗୋଟିଏ କ୍ୟାବିନରେ ଦୁଇଜଣ କର୍ମଚାରୀ ଅଛନ୍ତି ତାହେଲେ ସେମାନେ ଦିନେ ଛାଡି ଦିନେ ଅଲ୍ଟରନେଟିଭ ଡେ ରେ କାର୍ଯ୍ୟାଳୟକୁ ଆସିବେ

୫. କାର୍ଯ୍ୟାଳୟରେ ପୁରା ସମୟ ମାସ୍କ ବ୍ୟବହାର କରିବେ | ଯିଏ ମାସ୍କ ଲଗାଇବେ ନାହିଁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା

୬. କାର୍ଯ୍ୟାଳୟରେ ସାମାଜିକ ଦୂରତା ପାଳନ କରିବେ

୭. ଅଧିକାରୀ କିମ୍ବା କର୍ମଚାରୀ ନିଜ କମ୍ପ୍ୟୁଟର ଆଦି ନିଜେ ସଫା କରିବେ

୮. ଯେତେ ସମ୍ଭବ ସମ୍ନାସାମ୍ନି ବସି ବୈଠକ ନ କରିବାକୁ ପରାମର୍ଶ ଦିଆଯାଇଛି

   Related Posts