ଆନ୍ଧ୍ର ଏବଂ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ କଟକଣା : ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ, ସୀମାରେ ଚେକିଂ କଡାକଡି

Published By : Prameya-News7 Bureau | May 04, 2021 IST

ଭୁବନେଶ୍ବର ୦୪/୦୫ : ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଆହୁରି କଠୋର ହୋଇଛନ୍ତି ରାଜ୍ୟ ସରକାର । ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ୨ ରାଜ୍ୟରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ମାଧ୍ୟତାମୂଳକ କରାଯାଇଛି । ଯଦି ୪୮ ଘଣ୍ଟା ପୂର୍ବରୁ RT-PCR ଟେଷ୍ଟ କରିଥିବେ ତେବେ ୭ଦିନ କ୍ବାରେଣ୍ଟାଇନ୍‌ରେ ରହିବାକୁ ହେବ । ଏହା ସହିତ ଆନ୍ଧ୍ର ଏବଂ ତେଲେଙ୍ଗାନାର ସମସ୍ତ ରାସ୍ତାରେ ଚେକ୍‌ ପୋଷ୍ଟ ଲାଗି ନିର୍ଦେଶ ଦିଆଯାଇଛି ।  ଏ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ।

ଆନ୍ଧ୍ର ଏବଂ ତେଲେଙ୍ଗାନାରେ କରୋନାର ନୂଆ ଷ୍ଟେ୍ରନ୍‌ ଦେଖିଯାଇଛି । ତେଣୁ ଏହି ୨ ରାଜ୍ୟ ସୀମାନ୍ତ ୬ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହିତ ଚେକିଂ କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରି ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

lockdown: View: Stall the mass movement of migrant workers now - The  Economic Times

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.