Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବିଦେଶ ଫେରନ୍ତାଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଅଗଷ୍ଟ ୮ରୁ ହେବ ଲାଗୁ

2/08/2020 at 9:14 PM

ନୂଆଦିଲ୍ଲୀ, ୦୨|୦୮: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରବିବାର ଅନ୍ୟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହା ଅଗଷ୍ଟ ୮ ତାରିଖ ରାତ୍ର ୧୨ଟାରୁ ଲାଗୁ ହେବ ।

ନୂଆ ଗାଇଡଲାଇନ୍ ଅନୁସାରେ ଯାତ୍ରୀଙ୍କୁ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଅନଲାଇନରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଭରିବାକୁ ପଡିବ । ପୋର୍ଟାଲରେ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଛି । ଯାତ୍ରୀମାନେ ଫେରିବା ପରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏହାମଧ୍ୟରୁ ୭ଦିନ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ଏପରିକି ଆଉ ୭ଦିନ ସେମାନେ ହୋମ୍ ଆଇସୋଲେସନରେ ରହିବେ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁସାରେ, କୌଣସି ସମସ୍ୟା, ଗର୍ଭବତୀ ଥିଲେ, ପରିବାରରେ କାହାର ମୃତ୍ୟୁ, ଗୁରୁତର ରୋଗ ବା ୧୦ ବର୍ଷରୁ କମ୍ ବୟସର ଶିଶୁର ମାତା-ପିତାଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ । ଭାରତରେ ପହଁଚିବା ପରେ କରୋନା ରିପୋର୍ଟ ନେଗେଟିଭ୍ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରିହାତି ମିଳିବ । ଏହି ଟେଷ୍ଟ ଯାତ୍ରା ପୂର୍ବରୁ ୯୬ ଘଣ୍ଟା ମଧ୍ୟରେ କରିବାକୁ ହେବ । ଏହାସହ ଯାତ୍ରୀଙ୍କୁ ପୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯିବ ।

ବୋର୍ଡିଂ ପରେ କେବଳ ବିନା ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ସ୍କ୍ରିନିଂ ପରେ ଯିବାକୁ ଅନୁମତି ମିଳିବ । ସଡକ ପଥରେ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ବୋର୍ଡିଂ ସମୟରେ ସୋସିଆଲ ଡିଷ୍ଟାନସିଂକୁ ଗୁରତ୍ୱ ଦେବାକୁ ହେବ । ଯେଉଁମାନେ ଯାତ୍ରା ପୂର୍ବରୁ ସେଲଫ୍ ଡିକ୍ଲାରେସନ ଫର୍ମ ଭରି ନଥିବେ ବିମାନରେ ଭରିପାରିବେ । ଏହାର କପି ସ୍ୱାସ୍ଥ୍ୟ ଓ ଇମିଗ୍ରେସନ ଅଧିକାରୀଙ୍କୁ ଦେବାକୁ ହେବ ।

   Related Posts