Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

Corona: ହୋମ୍ ଆଇସୋଲେସନ ନେଇ ଜାରି ହେଲା ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ନୂଆ ଗାଇଡଲାଇନ୍

28/04/2020 at 2:38 PM

ନୂଆଦିଲ୍ଲୀ ୨୮।୪: କରୋନା ସଂକ୍ରମଣ ଦେଶରେ ବଢି ବଢି ଚାଲିଛି। ଏଥିରେ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦିନକୁ ଦିଗୁଣ, ରାତିକୁ ୪ ଗୁଣା ହେବାରେ ଲାଗିଛି। ଅନେକ ମାମଲାରେ ସାମାନ୍ୟ ଲକ୍ଷଣ ଥିବା ଲୋକେ ଏବେ ଚିନ୍ତାର କାରଣ ପାଲଟିଛନ୍ତି। ଏପରି ଲୋକଙ୍କ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଙ୍ଗଳବାର ନୂଆ ଗାଇଡଲାଇନ ଜାରି କରିଛନ୍ତି।

ସାମାନ୍ୟ ଲକ୍ଷଣ ଥିବା ଲୋକେ ପ୍ରଥମେ ନିଜକୁ ଏକାନ୍ତବାସରେ ରଖିବାକୁ ମନ୍ତ୍ରାଳୟ ନୂଆ ମାର୍ଗଦର୍ଶନରେ ପରାମର୍ଶ ଦେଇଛନ୍ତି। ଏପରି ଲୋକେ ହସ୍ପିଟାଲକୁ ନ ଆସି ଘରେ ନିଜକୁ ପରିବାର ଲୋକଙ୍କ ଠାରୁ ପୃଥକ ରଖିବା ସହ ବାହର ସମ୍ପର୍କରୁ ରକ୍ଷା କରନ୍ତୁ। ଯଦି ଡାକ୍ତର ସାମାନ୍ୟ ଲକ୍ଷଣ ଦେଖନ୍ତି ତାଙ୍କୁ ହସ୍ପିଟାଲ ଆଇସୋଲେସନ ବଦଳେ ଘରେ କେୟାର ଗିଭରଙ୍କ ଜରିଆରେ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ କହିଛନ୍ତି।

ସେହିପରି କେୟାର ଗିଭରଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶରେ କାମ କରିବାକୁ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସେ ପ୍ରଥମେ ନିଜର ସୁରକ୍ଷା ଲାଗି ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ମାତ୍ରା ନେବାକୁ କୁହାଯାଇଥିବା ବେଳେ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ କୁହାଯାଇଛି।

ସେହିପରି ଆକ୍ରାନ୍ତ ଅନୁଭବ କରୁଥିବା ଲୋକ ଜିଲ୍ଲା ତଦାରଖ ଅଧିକାରୀଙ୍କ ସହ ନିଜ ସ୍ୱାସ୍ଥ୍ୟ ନେଇ ନିୟମିତ ଯୋଗାଯୋଗ କରିବାକୁ ରାଜି ହେବା ଦରକାର ବୋଲି କହିଛନ୍ତି। ଏଣୁ ଆବଶ୍ୟକ ପଡିଲେ ଟିମ୍‌ ସହ ଅଧିକାରୀ ତାଙ୍କ ଘର ପରିଦର୍ଶନ ମଧ୍ୟ କରିପାରନ୍ତି। ଏଥିଲାଗି ସଂକ୍ରମିତଙ୍କୁ ତାଙ୍କ ନିଜ ଏକାନ୍ତବାସ ଲାଗି ଏକ ଅଣ୍ଡରଟେକିଂ ଦେବାକୁପଡିବ। ଯେଉଁଥିରେ ସେ ହୋମ କ୍ୱାରେଣ୍ଟାଇନ ମାର୍ଗଦର୍ଶନର କଡାକଡି ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେବେ ବୋଲି ମନ୍ତ୍ରାଳୟ କହିଛନ୍ତି।

   Related Posts