ନନ୍ଦନକାନନକୁ ଆସିବେ ଏହି ନୂଆ ଜୀବ

Published By : Prameya-News7 Bureau | January 27, 2020 IST

ବାରଙ୍ଗ ୨୭।୦୧ - ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଦୁଇଟି ଆଫ୍ରିକାନ ଧଳା ଗଣ୍ଡା ସହ ଆସିବେ ୮ଟି ସିଂହ । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନାନକୁ ଆସିବେ ଗଣ୍ଡା ଓ ୮ଟି ସିଂହ । ଏନେଇ ଅନ୍ତରାଷ୍ଟ୍ରୀୟ ଚିଡିଆଖାନା ସଂସ୍ଥା ସହ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବୁଝାମଣା ସରିଛି । କେବଳ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅପେକ୍ଷା ।

{"id":216847,"sizeSlug":"large"}

ରାଜ୍ୟବାସୀ ଦେଖିବେ ଆଫ୍ରିକାନ୍ ଗଣ୍ଡା । ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନକୁ ଆସୁଛନ୍ତି ୨ଟି ଧଳା ଗଣ୍ଡା । ଏଥିପାଇଁ ଅନ୍ତରାଷ୍ଟ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ସରିଛି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଲେ ଏକ କମିଟି ଗଠନ କରାଯିବ ।

{"id":216849,"sizeSlug":"large"}

ଓଡ଼ିଶା ଓ ଆଫ୍ରିକାର ଜଳବାୟୁର ସ୍ଥିତି ଅନୁଧ୍ୟାନ ପରେ ଗଣ୍ଡା ଦୁଇଟିକୁ ଓଡ଼ିଶା ଅଣାଯିବ । ବାର୍ଦ୍ଧକ୍ୟ ପାଇଁ ନନ୍ଦନକାନନରେ ଥିବା ଏକମାତ୍ର ଗଣ୍ଡା ନନ୍ଦୁର ୨୦୧୭ରୁ ମୃତ୍ୟୁ ହେଲାଣି । ସେବେଠୁ ଖୁଆଡ ନମ୍ବର ୬୪ ଖାଲି ପଡିଛି । ଗଣ୍ଡା ଦେଖିନପାରି ଅନେକ ପର୍ଯ୍ୟଟକ ନିରାଶ ହେଉଛନ୍ତି ।

{"id":216848,"sizeSlug":"large"}

ସେହିପରି ୮ଟି ସିଂହ ମଧ୍ୟ ଆସୁଛନ୍ତି । ଶ୍ରୀଲଙ୍କାରୁ ୪ଟି ଓ ଛତିଶଗଡରୁ ୪ଟି ସିଂହ ଆସିବ । ନନ୍ଦନକାନନରେ ଦିନକୁ ଦିନ ସିଂହ ସଂଖ୍ୟା ହ୍ରାସ ପାଉଛି । ବର୍ତ୍ତମାନ ୮ଟି ସିଂହ ଥିବା ବେଳେ ସେଥିରୁ ଦୁଇଟି ସିଂହ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ତେଣୁ ସିଂହ ଆସୁଥିବା ଖବର ଜାଣିବା ପରେ ଖୁସି ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

{"id":216845,"sizeSlug":"large"}

ତେବେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସୁଛନ୍ତି ସିଂହ । ସିଂହ ବଦଳରେ ଶ୍ରୀଲଙ୍କା ଓ ଛତିଶଗଡକୁ ଦୁଇଟି ଲେଖାଏଁ ଜଳହସ୍ତୀ ଦିଆଯିବ ।

{"id":216844,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.