Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଲଗାତର କମୁଛି ସୁନା ଦର : ଆଜି ମଧ୍ୟ ଖସିଲା ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍

27/10/2020 at 7:08 PM

ନୂଆଦିଲ୍ଲୀ, ୨୭|୧୦:  ମଙ୍ଗଳବାର ସୁନା ଦରରେ ଅଳ୍ପ ହ୍ରାସ ପରିଲକ୍ଷିତ ହୋଇଛି । ତେବେ ରୁପା ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । ଏଚଡିଏଫସି ସିକ୍ୟୋରିଟିଜ୍ ଅନୁସାରେ, ଦିଲ୍ଲୀରେ ସୁନା ଦାମ୍  ୧୦ ଗ୍ରାମ୍ ପିଛା ୧୩୭ ଟଙ୍କା ହ୍ରାସ ପାଇ ୫୧,୧୦୮ ଟଙ୍କାରେ ପହଁଚିଛି । ସେହିପରି ରୁପା ଦାମ୍ ବୃଦ୍ଧି ପାଇଛି ।

ରୁପା ଦାମ୍ କେଜି ପିଛା ୪୭୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀର ବିଭିନ୍ନ ଗହଣା ବଜାରରେ କେଜି ପିଛା ରୁପା ମୂଲ୍ୟ ରହିଛି ୬୨,୬୪୮ ଟଙ୍କା ।

ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ସୁନା ଦର ଅହେତୁକ ହ୍ରାସ ପାଇଛି । ଆଉନ୍ସ ପିଛା ଦର ରହିଛି ୧୯୦୩.୬ ଡଲାର । ସେହିପରି ରୁପା ଦର ରହିଛି ୨୪.୪୮ ଡଲାର ।

ବିଭିନ୍ନ ସହରରେ ସୁନାର ଦାମ୍

ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୧୪୨୦ ଥିବା ବେଳେ ମୁମ୍ବାଇରେ ୫୦୯୦୦, ନୂଆଦିଲ୍ଲୀରେ ୫୧୧୦୮, କୋଲକାତାରେ ୫୧୫୧୦,  ବେଙ୍ଗାଲୁରୁରେ ୫୧୨୮୦, ହାଇଦ୍ରାବାଦରେ ୫୧୪୨୦, କେରଳରେ ୫୧୨୮୦, ଲକ୍ଷ୍ନୌରେ ୫୨୯୦୦, ପାଟନା ଓ ନାଗପୁରରେ ୫୦୯୦୦ ରହିଛି । ସେହିପରି ବିଶାଖାପାଟନାମରେ ସୁନା ଦର ୫୧୪୨୦ ଟଙ୍କା ରହିଛି ।

   Related Posts