ଇଣ୍ଟରନେଟ୍‌ରେ ରାଜ୍ କରୁଛନ୍ତି ସୁହାନା…କିଙ୍ଗ୍ ଖାନ କହିଲେ, ମୋ ଝିଅ ପୃଥିବୀର ସବୁଠୁ ସୁନ୍ଦରୀ...

Published By : Prameya-News7 Bureau | January 15, 2020 IST

ମୁମ୍ବାଇ ୧୫/୦୧- ସିନେମାକୁ ଆସି ନାହିନ୍ତି କିନ୍ତୁ ସବୁବେଳେ ଖବରରେ । ଶାହାରୁଖ ଖାନ୍ ଯେପରି ଚର୍ଚ୍ଚାରେ ତାଙ୍କ ତିନି ସନ୍ତାନ ବି ସେମିତି । କାରଣ ସେମାନେ ଷ୍ଟାରକିଡ୍ , ଆଉ ବଲିଉଡ୍‌ରେ ,ଷ୍ଟାର କିଡ୍‌ଙ୍କ ଉପରେ ସବୁବେଳେ ପାପାରାଜିଙ୍କ ନଜର। ଆଇ ଏମିତି  ଫଟୋଗ୍ରାଫରଙ୍କ ଫୋକସ୍‌ର ରହି ସୋସିଆଲ ମିଡିଆରେ ରାଜ୍ କଲେଣି ସୁହାନା ଖାନ୍ । କିଙ୍ଗ ଖାନ୍‌ଙ୍କ ଏକ ମାତ୍ର ଝିଅ ସୁହାନା । ମୁମ୍ବାଇରୁ ଆମେରିକା , କିନ୍ତୁ ଏହି ଷ୍ଟାରକିଡ୍‌ଙ୍କ ଫେସନ ଆଉ ଲୁକ୍ ଦମଦାର ।  

{"id":211736,"sizeSlug":"large"}

 ଷ୍ଟାରକିଡ୍ ସୁହାନା ତାଙ୍କର ମନୋହର ଫଟୋ, ସୁନ୍ଦର ଗେଟଅପ୍ ଲାଗି ଇଣ୍ଟରନେଟ୍‌ରେ ଏକ ନୂଆ ତରଙ୍ଗ ଖେଳାଇ ଦେଇଛନ୍ତି । ଅ଼୍ଝାତ ବଏ ଫ୍ରେଣ୍ଟଙ୍କଲାଗି ବେଳେ ବେଳେ ଖବରରେ ରହୁଥିବା ସୁହାନା ଏବେ ତାଙ୍କ ଷ୍ଟାଇଲିସ ଫଟୋ ଲାଗି  ଫଲୋୟରଙ୍କ ପସନ୍ଦ ।  ଚମତ୍କାର ଫଟୋ ଲାଗି ସେ ସୋସିଆଲ ମିଡିଆରେ ପୁରା ଜମେଇ ଦେଇଛନ୍ତି । ଆଉ ପ୍ରଶଂସକଙ୍କ ଲମ୍ବା ଲାଇନ ଦେଖି ସେ ଛାଡୁଛନ୍ତ ଚାଙ୍କର ବିଭିନ୍ନ ପୋଜ ଆଉ ଲୁକ୍ । ମୁମ୍ବାଇରେ ପରିବାର  ଆଉ ଫ୍ରେଣ୍ଟଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଥିବା ସୁହାନାଧିରେ ଧିରେ ବଲିଉଡ୍‌ରେ ରାଜ କରିବାକୁ ପାଦ ବଢାଇ ଚାଲିଛନ୍ତି ନିଶ୍ଚୟ । ସେ ନିଶ୍ଚିତ ଭାବେ ବଲିଉଡ୍‌ରେ  ସ୍ଥାନ ଜମାଇଇବେ , କାରଣ ଯେବେଠୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫଲୋୟର ଭରା ।

{"id":211737,"sizeSlug":"large"}

ଏକ କ୍ରପ୍ଟପ୍ ଏବଂ ଢିଲା ବ୍ୟାଗି ପ୍ୟାଣ୍ଟରେ  ସାଙ୍ଗ ମାନଙ୍କ ସହ ମୁଭି ଦେଖିବାକୁ ବାହାରିଥିବା ସୁହାନାଙ୍କ ଫଟୋ ପୁରା ଭାଇରାଲ । ତାଙ୍କ ଷ୍ଟନିଙ୍ଗ୍ ଷ୍ଟାଇଲ୍ ତାଙ୍କ ଆଡକୁ ହିଁ ଟାଣିଛି ସମସ୍ତଙ୍କ ଆଖି । ସେ ହୁଏତ ତାଙ୍କର ବଲିଉଡ୍  ଏଣ୍ଟ୍ରି ଲାଗି ପୋଜ୍ ଦେଇ ନଥାଇପାରନ୍ତି, କିନ୍ତୁ ସେ ଏବେ ତ ସୋସିଆଲ ମିଡିଆରେ ପୁରା ଛାଇଯାଇଛନ୍ତି । ରେଗୁଲାର ଅପଡେଟ୍ସ ସହ ତାଙ୍କର ଚମତ୍କାର  ଫଟୋ ଏବେ ଫି ଦିନ ସୋସିଆଲ ମିଡିଆରେ ।

{"id":211738,"sizeSlug":"large"}

 ବଲିଉଡ୍ ସିନେମାରେ ପାଦ ନଥୋଇ ବି  ସୁହାନା ଫେମସ୍ । ଆଉ ତାଙ୍କ ପାଇଁ ବାପା କିଙ୍ଗ୍ ଖାନ୍‌ ବି  ବେଶ୍ ପ୍ରାଉଡି ।  କୁହନ୍ତି , ତାଙ୍କ ଝିଅର ରଙ୍ଗ ଟିକେ ଫିକା ( ଡସ୍କି) ହୋଇପାରେ , କିନ୍ତୁ ସେ ବହୁତ ସୁନ୍ଦର  । ଏତିକି ନୁହେଁ, କିଙ୍ଗ୍‌ ଖାନଙ୍କ ରିପ୍ଲାଏ ହେଲା, “  ମୋ ଝିଅ ପୃଥିବୀର ସବୁଠୁ ସୁନ୍ଦରୀ” । ସୁହାନାଙ୍କ ଆଗରେ କେହି ବି ଶାହାରୁକ୍‌ଙ୍କୁ ସୁନ୍ଦର ଲାଗନ୍ତିନି, ଯଦିଓ ତାହା ସ୍ୱାଭାବିକ । କାରଣ ବାପ ଆଗରେ ତା ଝିଅ ହିଁ ତ ସବୁଠୁ ସୁନ୍ଦର । ଏମିତି କିଛି ମନ୍ତବ୍ୟ ଦେଇ ପୂର୍ବରୁ ନିଜ ଝିଅ ସୁହାନା ପ୍ରତି ତାଙ୍କ ଦୁର୍ବଳତା କହି ସାରିଛନ୍ତି ଶାହାରୁକ୍ । ଏପରିକି ଥରେ ସେ କହିଥିଲେ, ମୋ ଝିଅକୁ ଯିଏ ( ଖରାପ ନଜରରେ କେହି) ଚାହିଁବ, ମୁଁ ତାର ଆଖି ତାଡି ଦେବି, ଏମିତି କେତେ ।  ଏବେ ଆମେରିକାରେ ଫିଲ୍ମ ଉପରେ କୋର୍ସ କରୁଥିବା ସୁହାନା ୧୬ ବର୍ଷ ବୟସରେ ବିଦେଶକୁ ପାଠ ପଢିବାକୁ ଯିବା ଲାଗି ମୁମ୍ବାଇ ଛାଡିଥିଲେ । ଆଉ ତାଙ୍କ ଏକ୍ସପୋଜର ତାଙ୍କୁ ଅନେକଙ୍କ ସହ ମିଶିବାର ଏବଂ ଅନେକ କିଛି ଶିଖିବାର ସୁଯୋଗ ଦେଇଥିବା କୁହନ୍ତି ସୁହାନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.