Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅଗ୍ନି ସିରିଜର ଆଡଭାନସ୍ ମିସାଇଲ ‘ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ, ୨ହଜାର କିଲୋମିଟର ଯାଏଁ ଲକ୍ଷ୍ୟ ଭେଦ କରିବାର ରହିଛି କ୍ଷମତା

28/06/2021 at 2:50 PM

ନୂଆଦିଲ୍ଲୀ ୨୮/୦୬ : ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା (DRDO) ପକ୍ଷରୁ ସୋମବାର ଆଉ ଏକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ‘ଅଗ୍ନି ପ୍ରାଇମ୍’ ନାମକ ଘାତକ ମିସାଇଲର ସଫଳ ପରୀକ୍ଷଣ ସହିତ DRDO କୁ ଆଉ ଏକ ସଫଳତା ମିଳିଛି । ଏହି ମିସାଇଲ ଅଗ୍ନି କ୍ଲାସ୍‌ର ନୂଆ ଜେନେରେସନର ଉନ୍ନତ ଧରଣର ମିସାଇଲ । ‘ଅଗ୍ନି ପ୍ରାଇମ୍’  ମିସାଇଲ ୧ ହଜାରରୁ ୨ ହଜାର କିଲୋମିଟର ଯାଏଁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ।

‘ଅଗ୍ନି ପ୍ରାଇମ୍’ ଆଡଭାନସ୍‌ ମିସାଇଲ ବେଲିଷ୍ଟିକ୍ ନ୍ୟୁକ୍ଳିୟର ବମ୍‌କୁ ନେଇ ଯିବାର କ୍ଷମତା ରଖିଛି । ସୋମବାର ସକାଳ ୧ଟା ବେଳେ ବାଲେଶ୍ବରର ଚାନ୍ଦିପୁର ସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାର ପରୀକ୍ଷଣ କରାଯାଇଛି । ‘ଅଗ୍ନି ପ୍ରାଇମ୍’ ମିସାଇଲ ପରୀକ୍ଷଣ ସମୟରେ ପୂର୍ବ ତଟ ନିକଟରେ ଅନେକଗୁଡିଏ ଟେଲିମେଟ୍ରି ଏବଂ ରାଡାର ଲଗାଯାଇଥିଲା । ଯାହାକି ପରୀକ୍ଷଣ ସମୟରେ ମିସାଇଲ ଉପରେ ନଜର ରଖିଥିଲେ । ମିସାଇଲ ପରୀକ୍ଷଣ ଆରମ୍ଭରୁ ଏଗୁଡିକ ନଜର ରଖିଥିଲେ ।

ଏହା ପୂର୍ବରୁ ପରୀକ୍ଷଣ ହୋଇଥିବା ଅଗ୍ନି-I ଗୋଟିଏ ସିଙ୍ଗଲ ଷ୍ଟେଜ୍ ମିସାଇଲ ଥିଲା କିନ୍ତୁ ଅଗ୍ନି ପ୍ରାଇମ ଦୁଇ ଷ୍ଟେଜ୍ ବିଶିଷ୍ଟ ଆଡଭାନସ୍ ମିସାଇଲ । ଏହା ସହିତ ‘ଅଗ୍ନି ପ୍ରାଇମ୍’ର ଓଜର ଅଗ୍ନି-Iର ଓଜନ ଠାରୁ ବେଶ କମ । ୪ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଅଗ୍ନି-IV ଏବଂ ୫ ହଜାର କିଲୋମିଟର ଯାଏଁ ଭେଦ କରିପାରୁଥିବା ଅଗ୍ନି-V ଠାରୁ ‘ଅଗ୍ନି ପ୍ରାଇମ୍’ର ଓଜନ ବହୁତ କମ । ୧୯୮୯ ମସିହାରେ ଅଗ୍ନି-I ର ପରୀକ୍ଷଣ କରାଯାଇଥିଲା । ଏହାପରେ ୨୦୦୪ ମସିହାରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା ।

   Related Posts