ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ, ଗ୍ୟାଙ୍ଗ୍ ଗଢି ରାସ୍ତାଘାଟରେ କରୁଛନ୍ତି ଉତ୍ପାତ

Published By : Prameya-News7 Bureau | November 04, 2021 IST

ଭୁବନେଶ୍ବର ୪।୧୧: ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । କେଉଁଠି ଗୁଳି ଫୁଟିଲାଣି ତ ଆଉ କେଉଁଠି ହଣାକଟା । ଗ୍ୟାଙ୍ଗ୍ ଗଢି ରାସ୍ତାଘାଟରେ ଉତ୍ପାତ କରୁଛନ୍ତି ଅପରାଧୀ । କମ୍ ବୟସରେ ଘାରିଛି ଡନ୍ ହେବାର ନିଶା । ରାଜଧାନୀର ଆଇନଶୃଙ୍ଖଳାକୁ ଚ୍ୟାଲେଞ୍ଜ ।

କ୍ରାଇମ୍ ଆକ୍ସନରେ ରିଲ୍ ଭିଡିଓ । କେତେବେଳେ ବ୍ଲାଙ୍କ୍ ଫାୟାରିଂ ତ ଆଉ କେତେବେଳେ ଶୂନଶାନ ରାସ୍ତାରେ ଉତ୍ପାତ । ନିଶାରେ ଚୁର ହୋଇ ରାଜରାସ୍ତାରେ ମତୁଆଲା ଡ୍ୟାନ୍ସ । ହାତରେ ଖଣ୍ଡା ଓ ବନ୍ଧୁକ ଧରି ଭିଡିଓ ସୁଟ୍ । ଏମାନେ ଜଣେ ଜଣେ କ୍ରମିନାଲ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । ତେବେ କ’ଣ ଏମାନଙ୍କ ଉଦ୍ଦେଶ୍ୟ ? କାହିଁକି ଏମାନେ ସୋସିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି ଭିଡିଓ ?

ଭିଡିଓ ଭାଇରାଲ୍ ପରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ଗ୍ୟାଙ୍ଗର ସଦସ୍ୟ ଏକାଧିକ ଅପରାଧରେ ସଂପୃକ୍ତ ବୋଲି ପୋଲିସକୁ ମିଳିଛି ସୁରାକ । ଗ୍ୟାଙ୍ଗର ପର୍ଦ୍ଦାଫାଶ ପାଇଁ କମିଶନରେଟ୍ ପୋଲିସ ଗଠନ କରିଛି ସ୍ବତନ୍ତ୍ର ଟିମ୍ । ଏହି ଟିମ୍ ରେ ସାମିଲ ଅଛନ୍ତି ବରିଷ୍ଠ ଅଧିକାରୀ ।

କୋଭିଡ୍ ଭୟ ବେଳେ ରାଜଧାନୀରେ ବଢିଛି କ୍ରିମିନାଲଙ୍କ ଆତଙ୍କ । ଡ୍ରଗ୍, ଲୁଟପାଟ୍, ଧମକ ଚମକ ଆଉ ଦାଦାବଟି ଏବେ କ୍ରିମିନାଲଙ୍କ ପତିଆରାର ଫଣ୍ଡା । ତେବେ ପୋଲିସ ବି ସକ୍ରିୟ । ଅପରାଧୀଙ୍କୁ ଚେକ୍ ଓ ଅପରଧକୁ କଣ୍ଟ୍ରୋଲ କରିବାକୁ ରଣନୀତି କରିଛି ପୋଲିସ । ଅପେକ୍ଷା କେବେ ଏହି ଉତ୍ପାତିଆଙ୍କ ଉତ୍ପାତ ହେବ ବନଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.