ସିଲଭର୍ ସିଟିରେ ମାତିଛନ୍ତି 'ଅମାନିଆ ବାଘ' ଓ 'ପବ୍ଲିକ ଷଣ୍ଢ'

Published By : Prameya-News7 Bureau | November 11, 2021 IST

କଟକ ୧୧।୧୧: ସିଲଭର ସିଟିରେ ଆତଙ୍କରାଜ । ପୁରା ଲଫଙ୍ଗା ଆଉ ଅଶ୍ଳୀଳ ଭାଷାରେ ଗାଳିଗୁଲଜ । ଗ୍ରୁପ୍ ହୋଇ କରିଛନ୍ତି ଭିଡିଓ । ଆଉ କିଛି ଭିଡିଓରେ ଖଣ୍ଡା ବୁଲାଇ ପତିଆରା । ଅନ୍ୟ ଏକ ଭିଡିଓରେ ଗୁଳି ଫୁଟାଇ ଭିଲିଆନ୍ ଷ୍ଟାଇଲରେ ଡାଇଲଗ । ଭୁବନେଶ୍ବରରେ କେବିଏନ ଗ୍ରୁପର ଦାଦାଗିରି ଭିଡିଓ ପରେ କଟକରେ ଅଶ୍ଳୀଳ ଏବଂ ଖଣ୍ଡା ବନ୍ଧୁକର ଭିଡିଓ ଭାଇରାଲ୍ ।

ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ । ୨ଟି ଗ୍ରୁପ୍ କରି କଟକର କିଛି ଟିନ୍ଏଜ୍ ଯୁବକ ଏପରି ଭିଡିଓ ସୁଟ୍ କରିଛନ୍ତି । କାହାକୁ ଟାର୍ଗେଟ୍ କରୁଛନ୍ତି ତାହା ଜଣାପଡୁନାହିଁ । ଝିଅଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ସାଙ୍ଗକୁ ଅଶାଳୀନ ଶବ୍ଦ । ଜଣେ ଯୁବକ ବନ୍ଧୁକ ଫୁଟାଇ ଗୁଣ୍ଡା ଭଳି କହୁଥିବା ବେଳେ ଅନ୍ୟ ଜଣେ ଖଣ୍ଡା ଧରି ଦେଉଛି ଧମକ । କଟକ ତାଳଦଣ୍ଡା କେନାଲ ଅଞ୍ଚଳରେ ଏହି ଭିଡିଓ ସୁଟ୍ ହୋଇଥିବା ମନେ ହେଉଛି । ଆଉ ଏକ ଭିଡିଓରେ ଜଣେ ଯୁବତୀ ବନ୍ଧୁକ ଧରି ଡାଇଲଗ୍ କହୁଥିବା ବେଳେ ତାହାର ଉଦ୍ଦେଶ୍ୟ ଅସ୍ପଷ୍ଟ ।

ରାଜଧାନୀରେ ଆତଙ୍କ ଖେଳାଇଥିବା କେବିଏନ୍ ଗ୍ରୁପ ଦ୍ବାରା ଏହି  ଦୁଇ ଗ୍ରୁପ୍ ପ୍ରଭାବିତ ନୁହେଁ ତ ?  କିଏ ଏହି ଗ୍ୟାଙ୍ଗ୍ ର ମାଷ୍ଟର ମାଇଣ୍ଡ ? କଣ ଏମାନଙ୍କ ଉଦ୍ଦେଶ୍ୟ ?  ଏହି ଗ୍ରୁପର ଭିଡିଓ ଭାଇରାଲ ପରେ ୩ ଯୁବକ ଓ ଜଣେ ଯୁବତୀଙ୍କୁ ଅଟକ ରଖିଛି ପୋଲିସ ।

ରାଜଧାନୀରେ କେବିଏନ, ସିଲଭର ସିଟିରେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ । ସୋସିଆଲ ମିଡିଆରେ କ୍ରେଜ୍ ପାଇଁ ନା ଅପରାଧ ପ୍ରବଣତା ? ପୋଲିସ ତଦନ୍ତ ରିପୋର୍ଟ ପରେ ହିଁ ଅମାନିଆଙ୍କ ମତଲବ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.