ସିଲ୍‌ଭର ସିଟିରେ ନୂଆ ଗ୍ୟାଙ୍ଗ ! ବୁଲାଇଛନ୍ତି ଖଣ୍ଡା, ପାଟିରୁ ବାହାରୁଛି ଅଶ୍ଳୀଳ ଭାଷା, ଭିଡିଓ ଭାଇରାଲ୍...

Published By : Prameya-News7 Bureau | November 11, 2021 IST

କଟକ ୧୧।୧୧: ଭୁବନେଶ୍ବରର କେବିଏନ୍ ଗ୍ରୁପ ଭଳି କଟକରେ ମଧ୍ୟ ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଛି । ଘଟଣାରେ ଜଣେ ଯୁବତୀଙ୍କ ସହ ୩ ଯୁବକଙ୍କୁ ଅଟକର ରଖି ପଚରାଉଚୁରା କରୁଛି ମାଲଗୋଦାମ ଥାନା ପୋଲିସ ।  ଭିଡିଓରେ ବ୍ୟବହୃତ ଖଣ୍ଡା ଏବଂ ଖେଳନା ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଦୁଇଟି ଗ୍ରୁପ କରି ଏମାନେ ଭିଡିଓ ସୁଟ୍ କରିଛନ୍ତି । ଭିଡିଓରେ ଜଣେ ଯୁବକ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ତାଳଦଣ୍ଡା କେନାଲ ଅଞ୍ଚଳରେ ଏହି ଭିଡିଓ ସୁଟ୍ ହୋଇଥିବା ଜଣାପଡିଛି । ଭିଡିଓରେ ବ୍ୟବହୃତ ଖଣ୍ଡା କେଉଁଠୁ ଆସିଲା,  ଭିଡିଓ ସୁଟ୍ କରିଥିବା ଯୁବକ ଯୁବତୀଙ୍କ ପୂର୍ବରୁ କୌଣସି ଅପରାଧିକ ମାମଲା ସହ ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।

ସୋସିଆଲ ମିଡିଆରେ ଭୟ ସୃଷ୍ଟି କାରୀ ଭିଡିଓ ଭାଇରାଲ କରି ବିବାଦରେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଗ୍ରୁପ । ନିକଟରେ ଭୁବନେଶ୍ବର କେବିଏନ ଗୃପ ଭିଡିଓ ଭାଇରାଲ କରି ବନ୍ଧା ହୋଇଥିବା ବେଳେ ଏବେ କଟକର କିଛି ଯୁବ ଗୋଷ୍ଠୀ ହାତରେ ଖଣ୍ଡା ଓ ବନ୍ଧୁକ ଧରି ଅଶ୍ଳୀଳ ଭାଷାରେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏହି ଭିଡିଓ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ତିନିଜଣ ଯୁବକ ଓ ଜଣେ ଯୁବତୀଙ୍କୁ  ଜେରା କରିଛି ମାଲଗୋଦାମ ଥାନା ପୋଲିସ । ଭିଡିଓରେ ଦେଖାଯାଉଥିବା ଖଣ୍ଡା ଓ ଖେଳନା ବନ୍ଧୁକକୁ ପୋଲିସ ଜବତ କରିଛି ବୋଲି କହିଛନ୍ତି ମାଲଗୋଦାମ ଥାନା ଅଧିକାରୀ ।

ସେପଟେ ଏଭଳି ଭିଡିଓ ପ୍ରସ୍ତୁତ କରିଥିବା ଜଣେ ଯୁବତୀ କହିଛନ୍ତି ଯେ, ଏହି ଭିଡିଓ କୌଣସି ଉଦ୍ଦେଶ୍ଯ ମୂଳକ ଭାବେ ପ୍ରସ୍ତୁତ କରି ନଥିଲୁ । ସୋସିଆଲ ମିଡିଆରେ ଚାଲିଥିବା ଲାଇକ ସେୟାର ଓ ଫଲୋ ପ୍ରତିଯୋଗିତା ପାଇଁ କରିଥିଲେ । ତେବେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଗ୍ରୁପ ମଧ୍ଯ ରେ ଏହି ସୋସିଆଲ ମିଡିଆର ପ୍ରତିଯୋଗିତାର ପରିଣାମ ବୋଲି ନିଜେ ସ୍ଵୀକାର କରିବା ସହ ଆଉ ଏଭଳି କରିବେ ନାହିଁ ବୋଲି କହିଛନ୍ତି । ସେହି ଭଳି ଖଣ୍ଡା ଧରିଥିବା ଜଣେ ଯୁବକ ର ମା କହିଛନ୍ତି ସେ ଏହି ଭିଡିଓ ସଂକ୍ରାନ୍ତ ରେ କିଛି ଜାଣି ନାହାନ୍ତି ଏହି ଖଣ୍ଡା ଯୋବ୍ରାର ଜଣେ ପିଲା ତାଙ୍କ ପୁଅକୁ ଦେଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.