Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

PUBG ବଦଳରେ FAU-G : ଆକ୍ସନ୍ ଷ୍ଟାର ଅକ୍ଷୟ କୁମାର କଲେ ଘୋଷଣା

5/09/2020 at 10:07 AM

ନୂଆଦିଲ୍ଲୀ ୦୫।୦୯: କେନ୍ଦ୍ର ସରକାର ପବ୍‌ଜି ଭିଡିଓ ଗେମ୍‌ ସମେତ ଚୀନ୍‌ର ୧୧୮ଟି ମୋବାଇଲ ଆପ୍‌କୁ ବ୍ୟାନ କରିବାର ଦୁଇଦିନ ପରେ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଗେମ୍‌ ଫୌ-ଜି ଅର୍ଥାତ୍‌ ଫୌଜ୍‌ ଶୁଭାରମ୍ଭ କରିବା ବିଷୟ ଘୋଷଣା କରିଛନ୍ତି । ଏହି ଗେମ୍‌ ଖେଳୁଥିବା ପ୍ରତିଟି ଲୋକ ଭାରତୀୟ ଯବାନଙ୍କ ବଳିଦାନ ସମ୍ପର୍କରେ ଜାଣିବାକୁ ପାଇବେ। ଏହା ଅକ୍ଷୟଙ୍କ ପ୍ରଥମ ଗେମିଂ ଭେଞ୍ଚର ।

ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇ ଅକ୍ଷୟ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇ ସେ ଏହି ଆକ୍ସନ ଗେମ୍‌ର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ଗର୍ବର ବିଷୟ । ନିର୍ଭୟ ଓ ଏକତାର ମିସାଲ ହେଉଛି ଫୌ-ଜି । ସମ୍ପୂର୍ଣ୍ଣ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏହି ଗେମ୍‌ ଖେଳୁଥିବା ବ୍ୟକ୍ତିମାନେ ଦେଶର ବୀର ଯବାନଙ୍କ ବଳିଦାନର କାହାଣୀ ବିଷୟରେ ମଧ୍ୟ ଜାଣିପାରିବେ । ଏହି ମୋବାଇଲ ଗେମ୍‌ରୁ ମିଳିବାକୁ ଥିବା ଲାଭାଂଶ ମଧ୍ୟରୁ ୨୦ ପ୍ରତିଶତ ‘ଭାରତ କେ ବୀର’ ଟ୍ରଷ୍ଟକୁ ପ୍ରଦାନ କରାଯିବ ବୋଲି ଅକ୍ଷୟ ଉଲ୍ଲେଖ କରିଛନ୍ତି । ତେବେ ଫୌ-ଜି ଗେମ୍‌ କେବେ ଶୁଭାରମ୍ଭ ହେବ ତାହା କହିନାହାନ୍ତି । କିମ୍ବା ଏହି ଗେମ୍‌ ସମ୍ପର୍କରେ ସେ ଅଧିକ କିଛି ସୂଚନା ଦେଇନାହାନ୍ତି ।

ସୂଚନାଯୋଗ୍ୟ ଯେ ପବ୍‌ଜି ଗେମ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । ଦେଶର ପ୍ରାୟ ୧୭ କୋଟି ୫୦ ଲକ୍ଷ ଲୋକ ଏହି ଗେମ୍‌କୁ ନିଜ ମୋବାଇଲରେ ଡାଉନ୍‌ଲୋଡ କରିଥିଲେ । ଭାରତ-ଚୀନ୍‌ ମଧ୍ୟରେ ସୀମାରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ତାକୁ ଦୃଷ୍ଟିରେ ରଖି ସରକାର ଚୀନ୍‌ର ମୋବାଇଲ ଆପ୍‌କୁ ବ୍ୟାନ କରିଛନ୍ତି । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୯ ଜୁନ୍‌ରେ ୫୯, ୨୭ ଜୁଲାଇରେ ୪୭ ଏବଂ ୨ ଅଗଷ୍ଟରେ ୧୧୮ଟି ଚୀନି ମୋବାଇଲ୍‌ ଆପକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ତଥାପି ପବ୍‌ଜିର ମୋବାଇଲ ଓ ଡେସ୍କଟପ ଭର୍ସନ ଏବେ ବି ଚାଲୁରହିଛି । କିନ୍ତୁ ଅକ୍ଷୟଙ୍କ ନୂଆ ଗେମ୍‌ ବିଷୟ ଘୋଷଣା ପରେ ତାକୁ ସମର୍ଥନ ମିଳିବାରେ ଲାଗିଲାଣି ।

   Related Posts