ଅଘୋଷିତ ବିଦେଶୀ ସମ୍ପତ୍ତି ଯାଞ୍ଚ ଲାଗି ଆୟକର ବିଭାଗରେ ଖୋଲିଲା ନୂଆ ସ୍ପେଶାଲ ୟୁନିଟ୍

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦।୧: କେନ୍ଦ୍ର ସରକାର ଆୟକର ବିଭାଗଙ୍କ ଦେଶବ୍ୟାପି ଯାଞ୍ଚ ପ୍ରକୋଷ୍ଠରେ ଏକ ସ୍ୱତନ୍ତ୍ର ୟୁନିଟି ସ୍ଥାପନା କରିଛନ୍ତି। ଏହି ୟୁନିଟି ଭାରତୀୟ ନାଗରିକ ବିଦେଶରେ ରଖିଥିବା ସମ୍ପତ୍ତିର ଯାଞ୍ଚ କରିବ। ଦେଶର ବିଭିନ୍ନ ଭାଗରେ ଥିବା ସମସ୍ତ ୧୪ଟି ଯାଞ୍ଚ ନିର୍ଦ୍ଦେଶାଳୟରେ ସରକାର ବିଦେଶୀ  ପରିସମ୍ପତ୍ତି ଯାଞ୍ଚ ୟୁନିଟି (ଏଫଆଇୟୁ) ସ୍ଥାପନା କରିଛନ୍ତି।

ଏହି ସବୁ ନିର୍ଦ୍ଦେଶାଳୟଙ୍କ ମୁଖ୍ୟ କାର୍ଯ୍ୟ ହେଲା ଚଢଉ କରିବା ଓ ବିଭିନ୍ନ ଉପାୟରେ ହେଉଥିବା କର ଚୋରି ରୋକିବା। ତେବେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅର୍ଥମନ୍ତ୍ରାଳୟଙ୍କ ମଞ୍ଜୁରି ନେଇ ଗତ ନଭେମ୍ବରରେ ୬୯ଟି ପଦକୁ ପୃଥକ କରି ଏହି ନୂଆ ୟୁନିଟି ସୃଷ୍ଟି କରିଛନ୍ତି। ଯାହା ବିଦେଶରେ ଲୋକଙ୍କ ଅଘୋଷିତ ସମ୍ପତ୍ତି ଓ କଳା ଧନର ସନ୍ଧାନ କରିବ ବୋଲି ଜଣାପଡିଛି।

ନିକଟରେ ଭାରତ ଅନେକ ଦେଶଙ୍କ ସହ ସନ୍ଧି କରିଥିବା ବେଳେ ପୂର୍ବରୁ ହୋଇଥିବା ବୁଝାମଣାରେ ସଂଶୋଧନ କରିଛି। ଏହା ପରେ ବିଦେଶକୁ ଅନେକ ତଥ୍ୟ ଆସିବାରେ ଲାଗିଛି। ଏଣୁ ଭାରତ ଏବେ ଗ୍ଲୋବାଲ ସିଷ୍ଟମରେ ସଂଯୁକ୍ତ ହୋଇ ସାରିଥିବାରୁ ଏଥିରେ କର ସୂଚନା ସ୍ୱତଃ ଆଦାନ ପ୍ରଦାନ ହୋଇପାରୁଛି। ଏଥିରେ ନୂଆ ୟୁନିଟି କର ଫାଙ୍କି ରୋକିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.