ଟ୍ରେନ ଯାତ୍ରୀଙ୍କୁ ପଡ଼ିଲା ମହଙ୍ଗା, ଖାଦ୍ୟ ପାଇଁ ଦେବାକୁ ପଡିବ ଅଧିକ ଦାମ, ଜାଣି ରଖନ୍ତୁ ଦରଦାମ

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ୨୪/୧୨: ଏବେ ଟ୍ରେନ ଯାତ୍ରୀଙ୍କୁ ପଡ଼ିଲା ମହଙ୍ଗା। ଟ୍ରେନରେ ଯାତ୍ରା କରିବା ବେଳେ ଖାଦ୍ୟ ମେନୁ କାର୍ଡର ଦର ବୃଦ୍ଧି ହୋଇଛି। ଆଗ ଅପେକ୍ଷା ଏବେ ଟ୍ରେନରେ ଚା, ଜଳିଖିଆ ଦାମ ବୃଦ୍ଧି ହୋଇଛି। ତେବେ ଯାତ୍ରୀଙ୍କୁ ଏବେ ଖାଦ୍ୟ ବାବଦକୁ ଅଧିକ ଟଙ୍କା ଦେବାକୁ ପଡିବ।

ସୂଚନାଯୋଗ୍ୟ ଯେ IRCTC ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜ ଓ ଏନଏସଇକୁ ନୂଆ ଖାଦ୍ୟ ମେନୁ କାର୍ଡ ସଂପର୍କରେ ଅବଗତ କରାଯାଇଛି। ଆଜିଠାରୁ ଏକ୍ସପ୍ରେସ୍ ସମେତ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଟ୍ରେନରେ ଚାହା, ପାଣି ଜଳିଖିଆ ମହଙ୍ଗା ହୋଇଛି। ଏହି ନୂଆ ମେନୁ କାର୍ଡକୁ ରେଳ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

IRCTC ପକ୍ଷରୁ ଦିଆଯାଇଥିବା ତଥ୍ୟାନୁସାରେ ବିଭିନ୍ନ ଖାଦ୍ୟ ପାଇଁ ଅଲଗା ଅଲଗା ଦରଦାମ ରହିଛି। ଯଥା ନିରାମିଶ ଜଳିଖିଆ ପାଇଁ ୩୫ ଟଙ୍କା ଓ ଆମିଷ ଜଳିଖିଆ ପାଇଁ ୪୫ ଟଙ୍କା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଯଦି ଆପଣ ସାଧାରଣ ନିରାମିଷ ଭୋଜନ ନେଉଛନ୍ତି ତେବେ ଆପଣଙ୍କୁ ୭୦ ଟଙ୍କା ଦେବାକୁ ପଡିବ। ସେହିଭଳି ଚିକେନ୍ ମିଲ ପାଇଁ ଆପଣଙ୍କୁ ୧୨୦ ଟଙ୍କା ଦେବାକୁ ପଡିବ। ଏହିପରି ୩୫୦ ଗ୍ରାମ ଭେଜ୍ ବିରିୟାନୀ, ଅଣ୍ଡା ବିରିୟାନୀ ଓ ଚିକେନ୍ ବିରିୟାନୀର ଦାମ ଯଥାକ୍ରମେ ୭୦ ଓ ୧୦୦ ଟଙ୍କା ରହିଛି।

ଏହା ବ୍ୟତୀତ ୩୫୦ ଗ୍ରାମ ସ୍ନାକ୍ସ ପାଇଁ ୫୦ଟଙ୍କା ଦେବାକୁ ପଡିବ। ରାଜଧାନୀ, ଦୁରନ୍ତୋ, ଶତାବ୍ଦୀରେ ଚା’, ଜଳଖିଆ ଓ ଖାଦ୍ୟର ଦାମରେ ବୃଦ୍ଧି ଘଟିଛି

ଦୁରନ୍ତର ସ୍ଲିପର୍ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଜଳଖିଆ ପାଇଁ ୬୫ ଟଙ୍କା, ଭୋଜନ ପାଇଁ ୧୨୦ ଟଙ୍କା ଓ ସଂଧ୍ୟା ଜଳଖିଆ ପାଇଁ ୫୦ ଟଙ୍କା ଦେବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.