ଅଳ୍ପ ରିସ୍କ୍ କିନ୍ତୁ ଅଧିକ ଲାଭ: ଘରେ ବସି ଏହି ସେକ୍ଟରରେ କରନ୍ତୁ ନିବେଶ, ମିଳିବ ଅଧିକ ରିଟର୍ଣ୍ଣ୍
1/04/2020 at 10:18 AM

ନୂଆଦିଲ୍ଲୀ, ୦୧|୦୪: ଏପ୍ରିଲ ୧ରୁ ୨୦୨୦-୨୦୨୧ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ୨୦୧୯ ଆର୍ଥିକ ବର୍ଷରେ ଭାରତୀୟ ବଜାରରେ ନିବେଶ ଉତ୍ସାହଜନକ ରହିଥିଲା । ଏହି ସମୟରେ ସେନସେକ୍ସ ୪୨ ହଜାର ଛୁଇଁଥିଲା । ନିବେଶକଙ୍କୁ ଅଧିକ ଲାଭ ମଧ୍ୟ ମିଳିଥିଲା । ତେବେ ଆର୍ଥିକ ବର୍ଷ ଶେଷରେ ନିବେଶକଙ୍କୁ ଝଟକା ମଧ୍ୟ ଲାଗିଥିଲା ।
ଫେବ୍ରୁଆରୀରେ କରୋନା ଭାଇରସ ଆତଙ୍କ ପାଇଁ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । କେବଳ ଭାରତ ନୁହେଁ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ କରୋନା ପ୍ରଭାବ ପକାଇଛି । ଭାରତୀୟ ସେୟାର ବଜାର ମଧ୍ୟ ୩୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ବେଳେ ନିବେଶକଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଛି । ତେବେ ଏପ୍ରିଲ ୧ରେ କେଉଁଠାରେ ନିବେଶ କରିବେ, କେଉଁଠି ଆପଣଙ୍କ ଅର୍ଥ ସୁରକ୍ଷିତ ଭାବେ ରହିବ, ଏହା ସବୁଠାରୁ ବଡ ପ୍ରଶ୍ନ ଅଟେ । ନିବେଶ କରିବା ପୂର୍ବରୁ ଏହି ସବୁ ଜରୁରୀ କଥା ଉପରେ ନଜର ପକାନ୍ତୁ ।
ସୁନାରେ ନିବେଶ-
କରୋନା ଭାଇରସ ଆତଙ୍କରୁ ଅର୍ଥବ୍ୟବସ୍ଥାକୁ ମୁକୁଳିବା ପାଇଁ ଅଧିକ ସମୟ ଲାଗିପାରେ । ତେବେ ଗ୍ରାହକଙ୍କ ପ୍ରଥମ ପସନ୍ଦ ହେଉଛି ସୁନା । କାରଣ ସୁନାର ଚାହିଦା ସର୍ବଦା ଅଧିକ ରହିଥାଏ । ଆର୍ଥିକ ମାନ୍ଦାବସ୍ଥାରେ ମଧ୍ୟରେ ସୁନା ଗତ ୧ ବର୍ଷ ହେଲା ୨୫ ପ୍ରତିଶତ ରିଟର୍ଣ୍ଣ ଦେଇଛି ।
ସେୟାର ବଜାରରେ ନିବେଶ-
କରୋନା ଭାଇରସ ପାଇଁ ସେୟାର ବଜାରରେ ୩୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହେଉଛି । କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ ଏହି ହ୍ରାସ ଅତିଶୀଘ୍ର ଲାଭଦାୟକ ରିଟର୍ଣ୍ଣ ଦେବ । ଲମ୍ବା ଅବଧି ପାଇଁ ନିବେଶକଙ୍କୁ ସେୟାର ବଜାରରେ ଟଙ୍କା ଲଗାଇବା ସବୁଠାରୁ ଅଧିକ ଲାଭଦାୟକ ସାବସ୍ତ୍ୟ ହେବ ।କରୋନା ଭାଇରସ ମାମଲା ଆହୁରି ବୃଦ୍ଧି ପାଇଲେ ସେୟାର ବଜାରରେ ଆହୁରି ମଧ୍ୟ ହ୍ରାସ ଦେଖିବାକୁ ମିଳିପାରେ ।
ମ୍ୟୁଚୁଆଲ୍ ଫଣ୍ଡ୍-
ମ୍ୟୁଚୁଆଲ ଫଣ୍ଡ୍ ଟଙ୍କା ନିବେଶ ପାଇଁ ଏକ ଉତ୍ତମ ବିକଳ୍ପ। ଲମ୍ବା ଅବଧି ପାଇଁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଲାଭଦାୟକ ।ଗତ ୨୦ ବର୍ଷ ହେଲା ଅନେକ ନିବେଶକ ଏଥିରୁ ଅନେକ ଅର୍ଥ କମାଇଛନ୍ତି ।

ସରକାରୀ ଯୋଜନାର ନିବେଶ-
ପିପିଏଫ ସମେତ ଅନେକ ସରକାରୀ ଯୋଜନାର ଆପଣ ନିବେଶ କରିପାରିବେ । ଏଠାରେ ଆପଣଙ୍କ ନିବେଶ ସୁରକ୍ଷିତ ରହିବ । ପୋଷ୍ଟ ଅଫିସରେ ଆପଣ ପ୍ରତିମାସରେ ନିବେଶ କରିପାରିବେ । ଯଦି ଆପଣଙ୍କ ଘରେ ୧୦ ବର୍ଷରୁ କସ ବୟସର କୌଣସି ଝିଅ ଅଛନ୍ତି ତେବେ ଆପଣ ସୁକନ୍ୟା ସମୃଦ୍ଧିରେ ମଧ୍ୟ ନିବେଶ କରିପାରିବେ । ଏଥିରେ ରିଟର୍ଣ୍ଣ ବାବଦରେ ପୂର୍ବରୁ ସୂଚନା ରହିଥାଏ ।
ବିଭିନ୍ନ ପ୍ରପର୍ଟିରେ ନିବେଶ-
ନୂଆ ଆର୍ଥିକ ବର୍ଷରେ ଆପଣ ବିଭିନ୍ନ ପ୍ରପର୍ଟି ବା ସମ୍ପତିରେ ନିବେଶ କରିପାରନ୍ତି । ଗତ ବର୍ଷ ଏହା ନିବେଶକଙ୍କୁ ନିରାଶ କରିଥିଲା । କିନ୍ତୁ ସରକାରଙ୍କ ଫୋକସ ଚଳିତ ବର୍ଷ ରିୟଲ ଇଷ୍ଟେଟ୍ ସେକ୍ଟର ଉପରେ ରହିଛି ।