ହ୍ୱାଟସଆପରେ ଏବେ ଜାଣିହେବ ଭାଇରାଲ୍ ମେସେଜର ସତ୍ୟତା, ଆସିଲା ନୂଆ ଫିଚର୍

Published By : Prameya-News7 Bureau | August 04, 2020 IST

ନୂଆଦିଲ୍ଲୀ, ୦୪|୦୮: ହ୍ୱାଟସଆପରେ ଫେକ୍ ଭାଇରାଲ ମେସେଜକୁ ରୋକିବା ପାଇଁ କମ୍ପାନୀ ନୂଆ ଫିଚର୍ ଆଣିବାକୁ ଯାଉଛି । ଏବେ ୟୁଜରଙ୍କୁ ରିଭର୍ସ ସର୍ଚ୍ଚ କରିବା ପାଇଁ ବିକଳ୍ପ ମିଳିବ । ଯେଉଁଥିରେ ଭାଇରାଲ ମେସେଜ କେତେ ସତ ତାହା ଜାଣିହେବ ।

ଫରଓ୍ୱାର୍ଡ ହୋଇଥିବା ମେସେଜ କେତେ ସତ ତାହା ହ୍ୱାଟସଆପରେ ହିଁ ଜାଣିହେବ । ଏହି ନୂଆ ଫିଚରକୁ ନେଇ କମ୍ପାନୀ ପ୍ରତିକ୍ରିୟା ଦେଇଛି । ଏହାର ନାମ ସର୍ଚ୍ଚ ଦି ଓ୍ୱେବ୍ ଦିଆଯାଇଛି । କମ୍ପାନୀ ନିଜ ଅଫିସିଆଲ୍ ବ୍ଲଗରେ କହିଛି ଯେ, ମେସେଜରେ ଥିବା ମ୍ୟାଗ୍ନିଫାଇଂ ଗ୍ଲାସକୁ ଟ୍ୟାପ୍ କରି ଡବଲ୍ ଚେକ୍ କରିହେବ ।ମେସେଜ ଓ ଖବରର ସୋର୍ସ କଣ ତାହା ମଧ୍ୟ ଜାଣିହେବ । ଫଳରେ ଭାଇରାଲ ମେସେଜରେ ସତ୍ୟତା ପରକ୍ଷୀ ହେବ ।

ଏହି ଫିଚର ପାଇଁ କେବଳ ହ୍ୱାଟସଆପ୍ ନୁହେଁ ଓ୍ୱେବରେ ମଧ୍ୟ ମେସେଜକୁ ସର୍ଚ୍ଚ କରିବାକୁ ହେବ । ଏଥିପାଇଁ ଅପସନ୍ ରହିବ । ଇଣ୍ଟରନେଟରେ ଏହାକୁ କ୍ରସ୍ ଚେକ୍ କରାଯାଇପାରିବ ।

ଏହି ନୂଆ ଫିଚର୍ ମଙ୍ଗଳବାରଠାରୁ ବ୍ରାଜିଲ, ଇଟାଲୀ, ମେକ୍ସିକୋ, ସ୍ପେନ୍, ୟୁକେ ଓ ୟୁଏସରେ ଆରମ୍ଭ ହୋଇଛି । ଏହା ଆଣ୍ଡ୍ରୋଏଡ୍, ଆଇଓଏସରେ ଉପଲବ୍ଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.