Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଇନଷ୍ଟାଗ୍ରାମରେ ସାମିଲ ହେଲା ନୂଆ ଫିଚର, ଏବେ ଆପେ ଆପେ ଷ୍ଟୋରୀ ସହ କ୍ୟାପ୍ସନ ଯୋଡିହେବ

5/05/2021 at 7:43 PM

ନୂଆଦିଲ୍ଲୀ ୫।୫: ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଲଞ୍ଚ୍ କରିଛି । ଯାହାକୁ ଆକ୍ଟିଭ କରିବା ପରେ ଆପଣଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆପେ ଆପେ କ୍ୟାପ୍ସନ ଜୋଡି ହୋଇଯିବ । ଏହି ଫିଚର ମାଧ୍ୟମରେ ୟୁଜର୍ସଙ୍କ ଅନୁଭବକୁ ଉନ୍ନତ କରିହେବ । ବର୍ତ୍ତମାନ ଏହି କିଛି ବଛା ବଛା ଦେଶଗୁଡିକ ପାଇଁ ଜାରି କରାଯାଇଛି । ଇନଷ୍ଟାଗ୍ରାମର ନୂଆ କ୍ୟାପ୍ସନ ଷ୍ଟିକର୍ ଫିଚର ଷ୍ଟିକର ଟ୍ରେରେ ରହିଛି ।

ୟୁଜର୍ସ ଭିଡିଓ ରେକର୍ଡିଂ କରିବା ପରେ କ୍ୟାପସନ୍ ଷ୍ଟିକର୍ ଉପରେ କ୍ଲିକ୍ କରିବା ମାତ୍ରେ କ୍ୟାପସନ୍ ଆପେ ଆପେ ଭିଡିଓରେ ଯୋଡି ହୋଇଯିବ । ୟୁଜର୍ସଙ୍କୁ କ୍ୟାପ୍ସନର ଫଣ୍ଟ ଏବଂ ରଙ୍ଗ ବଦଳାଇବା ପାଇଁ ସୁବିଧା ଦିଆଯାଇଛି । ଏହା ବ୍ୟତୀତ ୟୁଜର୍ସ କ୍ୟାପ୍ସନର ଶବ୍ଦକୁ ଏଡିଟ୍ ମଧ୍ୟ କରିପାରିବେ ।

ଦି ଓ୍ବର୍ଜର ଏକ ରିପୋର୍ଟ ଅନୁସାରେ ଇନଷ୍ଟାଗ୍ରାମର ସର୍ବୋତ୍ତମ କ୍ୟାପ୍ସନ ଷ୍ଟିକର ଫିଚରକୁ ସର୍ବପ୍ରଥମେ ଇଂରାଜୀ କହୁଥିବା ଦେଶମାନଙ୍କ ପାଇଁ ଜାରି କରାଯାଇଛି । କମ୍ପାନୀ ଏହି ଫିଚରରେ ଅନ୍ୟ ଭାଷାକୁ ଯୋଡିବା ପାଇଁ କାମ କରୁଛି ।

   Related Posts