Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହ୍ୱାଟ୍ସ ଆପର ପୁରୁଣା ମେସେଜ ଡିଲିଟ ହୋଇଯାଇଛି କି ? କ୍ଷଣକେ ଖୋଜିପାରିବେ ପୁରୁଣା ମେସେଜ, ଯୋଡ଼ିହେବା ନୂଆ ଫିଚର

12/06/2020 at 10:22 AM

ନୂଆଦିଲ୍ଲୀ ୧୨/୦୬ : ହ୍ୱାଟ୍ସ ଆପ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର ଲଞ୍ଚ କରିଥାଏ | ଆଜିକା ସମୟରେ ଯୋଗାଯୋଗ ପାଇଁ ହ୍ୱାଟ୍ସ ଆପ ସବୁଠାରୁ ସୁବିଧାଜନକ ଏବଂ ସରଳ ମାଧ୍ୟମ | ସେଥିପାଇଁ ଦିନକୁ ଦିନ ନୂଆ ନୂଆ ଫିଚର ସହ ଏହାର ସାଇଜ ମଧ୍ୟ ବୃଦ୍ଧି କରାଯାଉଛି | ସାଇଜ ବଢାଇବା କାରଣରୁ ଯଦି କୌଣସି ମେସେଜ ଦେଖିବାର ଅଛି ତାହେଲେ ବହୁତ କଷ୍ଟ କରିବାକୁ ପଡିଥାଏ | ଫଳରେ ୟୁଜର୍ସଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ୟୁଜର୍ସଙ୍କ ସୁବିଧା ପାଇଁ ହ୍ୱାଟ୍ସ ଆପ ଖୁବ ଶୀଘ୍ର ଏକ ନୂଆ ଫିଚର ଯୋଡିବା ପାଇଁ ଯାଉଛି | ଯଦି କୌଣସି ବିଶେଷ ଦିନରେ ପଠାଇଥିବା ମେସେଜ କିମ୍ବା ଆସିଥିବା ମେସେଜ ଖୋଜୁଛନ୍ତି ତାହେଲେ ଏହି ଫିଚର ମାଧ୍ୟମରେ ତାରିଖ ଅନୁଯାୟୀ ଅର୍ଥାତ Search by date ଦ୍ୱାରା ସହଜରେ ସେହି ମେସେଜ ପାଇପାରିବେ |

wabetainfo ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏହି ଫିଚରକୁ ଡେଭେଲପମେଣ୍ଟ କରାଯାଉଛି | ଏହି ଫିଚର ଉପରେ ଟେଷ୍ଟିଙ୍ଗ କରାଯାଉଛି | ଖୁବ ଶୀଘ୍ର ଏହି ଫିଚର ହ୍ୱାଟ୍ସ ଆପ ସହ ଯୋଡ଼ାଯିବ ବୋଲି ଅନୁମାନ କରାଯାଉଛି | ଏହି ଫିଚରକୁ ପ୍ରଥମେ iPhone ରେ ବ୍ୟବହାର କରାଯିବ | ଏହାପରେ ଏହାକୁ ଆଣ୍ଡ୍ରଏଡ଼ ଫୋନରେ ବ୍ୟବହାର କରାଯିବ |

ହ୍ୱାଟ୍ସ ଆପକୁ ଏକ କ୍ୟାଲେଣ୍ଡର ଆଇକନ ସହ ସଂଯୋଜିତ କରାଯାଉଛି | ଏହା ଆସିବା ପରେ ୟୁଜର୍ସଙ୍କୁ ହ୍ୱାଟ୍ସ ଆପରେ ଏକ କ୍ୟାଲେଣ୍ଡର ଆଇକନ ଦେଖାଦେବ | କ୍ୟାଲେଣ୍ଡର ଆଇକନ ଟ୍ୟାପ କଲେ ହ୍ୱାଟ୍ସ ଆପରେ ତାରିଖ ଦେଖାଦେବ | ଏଠାରେ ନିଜର ଆବଶ୍ୟକ ଅନୁଯାୟୀ ତାରିଖ ଚୟନ କଲେ ସେହି ତାରିଖର ମେସେଜ ଦେଖିପାରିବେ |

ସୂଚନାଯୋଗ୍ୟ ଯେ, ଫେସବୁକ ମ୍ୟାସେଞ୍ଜର ରୂମସ ଫିଚର ଆରମ୍ଭ କରିଛି | ଏହା ଦ୍ୱାରା ୟୁଜର୍ସ ଏକ ସିଙ୍ଗଲ ଭିଡିଓ କଲରେ ଏକାସଙ୍ଗେ ୫୦ ଜଣଙ୍କ ସହ କଥାବାର୍ତ୍ତା କରିପାରିବେ | ଫେସବୁକ ଏହି ଫିଚରକୁ ଇନ୍ସଟାଗ୍ରାମ ଓ ହ୍ୱାଟ୍ସ ଆପ ପାଇଁ ମଧ୍ୟ ପେଶ କରିଛି | ହ୍ୱାଟ୍ସ ଆପ ଆଣ୍ଡ୍ରଏଡ଼ ଭର୍ସନରେ ରୂମସ ଫିଚର ଆରମ୍ଭ ହୋଇଛି |

   Related Posts