Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଣ୍ଡ୍ରଏଡ୍‌ର ନୂଆ ଫିଚର୍‌- ଫାଟିବନି ଫୋନ୍‌ ବ୍ୟାଟେରୀ, ଲାଗିବନି କରେଣ୍ଟ: ଏହି ଫୋନ୍‌ରେ ଉପଲବ୍ଧ

7/09/2019 at 3:37 PM

ନୂଆଦିଲ୍ଲୀ – ଏବେ ଆଣ୍ଡ୍ରଏଡ୍‌ ଫୋନ୍‌ର ବ୍ୟାଟରୀ ଫାଟିବାର ସମ୍ଭାବନା କମିଯିବ । ଗୁଗୁଲ ଆଣ୍ଡ୍ରଏଡ୍‌ ଅପରେଟିଙ୍ଗ୍‌ ସିଷ୍ଟମରେ ଏହୁ ସୁବିଧା ମିଳିବ । ଆଣ୍ଡ୍ରଏଡ୍‌ର ଅପଡେଟ୍‌ ଭର୍ସନ ଆଣ୍ଡ୍ରଏଡ୍ ୧୦ରେ ଏହି ସୁବିଧା ମିଳିବ । ଏହା ସହ ଗୁଗୁଲ ଅନେକ ନୂଆ ଫିଚର ଦେବା ପାଇଁ ଯାଉଛି । ଗୁଗୁଲ ଆଣ୍ଡ୍ରଏଡ୍‌ ୧୦ରେ ଫୋନ୍‌ର ବ୍ୟବହାରକାରୀଙ୍କ ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା ରହିଛି ।
ଆଣ୍ଡ୍ରଏଡ୍ ୧୦ରେ ଚାର୍ଜିଂ ପାଇଁ ଏକ ନୂଆ ଫିଚର ଦିଆଯାଇଛି । ଏଥିରେ ଚାର୍ଜିଂର ସୁରକ୍ଷା ପାଇଁ ଏକ ନୂଆ ବ୍ୟବସ୍ଥା ରହିଛି । ଫୋନ୍‌ ଚାର୍ଜିଂ ବେଳେ ଅଧିକ ଗରମ ହେବା ମାତ୍ରେ ଏହା ଏକ ଆଲର୍ଟ ବା ସତର୍କ ସୂଚନା ଦେବ ।

କେବଳ ସେତିକି ନୁହେଁ ଚାର୍ଜିଂ ପୋର୍ଟ ଅପରିଷ୍କାର କିମ୍ବା ଓଦା ହୋଇଥିଲେ ଏହା ବ୍ୟବହାରକାରୀଙ୍କୁ ଏହାର ସୂଚନା ପ୍ରଦାନ କରିବ । ଏହା ବ୍ୟବହାରକାରୀଙ୍କର ବ୍ୟବହାର ପାଇଁ Usability Enhancement ର ଅଂଶ ।
ଏହା କ୍ରିଟିକାର ଏମରଜେନ୍ସି ବା ଜରୁରୀ କାଳୀନ ଆଲର୍ଟ ଦେବ ।

ଏକ୍ସିଡିଏ ଡେଭଲପରସ୍‌ମାନେ ଏହି ଫିଚରକୁ ପରୀକ୍ଷା କରିଛନ୍ତି । ଆଣ୍ଡ୍ରଏଡ୍‌ ୧୦ ଫୋନ୍‌ ୬୦ ଡିଗ୍ରୀ ସେଲସିୟସରେ ଗରମ ହେବା ମାତ୍ରେ କ୍ରିଟିକାଲ୍‌ ଓ ୬୫ ଡିଗ୍ରୀ ତାପମାତ୍ର ହେବା ମାତ୍ରେ ଏମରଜେନ୍ସି ଆଲର୍ଟ ଦେବ । ଏଥିରେ ପୋର୍ଟ ଖରାପ ଥିଲେ ପାଣି ଲାଗିଥିଲେ ବି ଆଲର୍ଟ ଦେବ । ଏପରି ହେଲେ ଫୋନ୍‌ରେ କରେଣ୍ଟ ଲାଗିବା ଘଟଣା କମିଯିବ ।
ଏବେ ଗୁଗୁଲ ପିକ୍ସେଲ, ପିକ୍ସେଲ ଏକ୍ସ ଏଲ୍‌, ପିକ୍ସେଲ ୨ ଏକ୍ସଏଲ୍, ପିକ୍ସେଲ ୩ଏ,୩ଏଏକ୍ସଏଲ୍‌, ୩ଏକ୍ସଏଲ୍‌ . ଖୁବ ଶୀଘ୍ର ଏହାକୁ ଅନ୍ୟ ଫୋନ୍‌ମାନଙ୍କର ଉପଲବ୍ଧ କରାଯିବ ବୋଲି ସୂଚନା ଦିଆଯାଇଛି ।

   Related Posts