ନୂଆ ଫିଚର୍‌ ଆଣିଲା ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟ୍‌ସ ଆପ୍‌, ଜାଣନ୍ତୁ କଣ ରହିଛି ସୁବିଧା

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ, ୨୫/୦୧: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟ୍ସ ଆପ୍‌ ଏହାର ବ୍ୟବହାରକାରୀଙ୍କ ଚ୍ୟାଟିଂ ସୁବିଧା ପାଇଁ ନୂଆ ନୂଆ ଫିଚର୍‌ ଆଣିଥାଏ । ଏହାରି ମଧ୍ୟରେ କମ୍ପାନୀ ନୂଆ ଫିଚର୍‌ ରୋଲ୍‌ଆଉଟ୍‌ କରିଛି । ଏଥିରେ ନୂଆ ଭଏସ୍‌ ରେକର୍ଡିଂ ଫିଚର୍‌ ସହିତ ମେସେଜ୍‌ ଏବଂ ପ୍ରୋଫାଇଲ୍‌ ପିକ୍ଚର୍‌ ସହ ଜଡ଼ିତ ଖାସ୍‌ ଫିଚର୍‌ ସାମିଲ୍‌ ରହିଛି । କମ୍ପାନୀ ପକ୍ଷରୁ ବହୁତ ଦିନ ଧରି ଏହି ଫିଚର୍‌ ପାଇଁ ଟେଷ୍ଟିଂ ଜାରି ରହିଥିଲା ଏବଂ ଏବେ ଆଇ-ଫୋନ୍‌ ପାଇଁ ଏହି ଫିଚର୍‌ର ରୋଲ୍‌ ଆଉଟ୍‌ ଜାରି ରହିଥିବା ଜଣାପଡ଼ିଛି ।

ଏହି ଫିଚର୍‌କୁ କମ୍ପାନୀ ଭର୍ସନ ନମ୍ୱର ୨୨.୨.୭୫ ସହିତ ଅଫର୍‌ କରିଛି । ଏଣ୍ଡ୍ରୋଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏହି କିଛି ଦିନ ବିଳମ୍ୱରେ ଆସିବ । ତେବେ ଆସନ୍ତୁ ଜାଣିବା ଏହି ଫିଟର୍‌ରେ କଣ ରହିଛି ଖାସ୍‌…

ଏହି ଫିଚର୍‌କୁ ବ୍ୟବହାରକାରୀ ପୂର୍ବରୁ ଅପେକ୍ଷା କରିଥିଲେ । ଆଇ-ଫୋନ୍‌ ୟୁଜର ନିଜ ଫୋନ୍‌ ଅପ୍‌ଡେଟ୍‌ କରିବା ପରେ ଏହି ଫିଚର୍‌ ଲାଭ ଉଠାଇ ପାରିବେ । ଏହା ୟୁଜରଙ୍କ ଭଏସ୍‌ ମେସେଜ୍‌ ରେକର୍ଡ କରିବା ସମୟରେ ଏହାକୁ ବନ୍ଦ ଏବଂ ପୁଣି ରେକର୍ଡିଂ ଆରମ୍ଭ କରିବା ପାଇଁ ସମୟ ଦେବ ।

 ଏଥିରେ ଅନ୍ୟ ଏକ ସିକ୍ୟୁରିଟି ସୁବିଧା ମଧ୍ୟ ରହିଛି । ଆପଣଙ୍କ ବିନା ଅନୁମତିରେ କେହି ଏଥିରୁ ମେସେଜ୍‌ ପଠାଇପାରିବେ ନାହିଁ । ଏହି ଫିଚର୍‌ ଦ୍ୱାରା ଆଇଓଏସ୍‌ ୧୫ ବ୍ୟବହାରକାରୀ ହ୍ୱାଟ୍‌ସ୍ ଆପ୍ ମେସେଜ୍‌ରେ ପ୍ରେରକଙ୍କ ଫଟୋ ଦେଖିପାରିବେ । ପୂର୍ବ ଫିଚର୍‌ ଅନୁସାରେ ଉପଭୋକ୍ତାମାନେ କେବଳ ମେସେଜ୍‌ରେ ବ୍ୟବହାରକାରୀଙ୍କ ନାମ ଦେଖିଥିଲେ । ଏହି ଫିଚର୍‌ର ଲାଭ ପାଇବାକୁ ହେଲେ ଆଇଫୋନ୍ ବ୍ୟବହାରକାରୀଙ୍କୁ iOS ୧୫ କିମ୍ବା ସର୍ବଶେଷ ସଂସ୍କରଣକୁ ଆପଣେଇବାକୁ ପଡିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.