ନୂଆ ଏସି ଡବଲ୍‌-ଡେକର ଟ୍ରେନ୍‌ ପ୍ରସ୍ତୁତ: ୧୬୦ କ.ମି ପ୍ରତି ଘଣ୍ଟା ବେଗରେ ଦୌଡ଼ିବ, ଜାଣନ୍ତୁ କେବେ କରିପାରିବେ ଯାତ୍ରା…

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧: ଏବେ ଦେଶରେ ଦୌଡ଼ିବ ଅଧିକ ଡବଲ୍‌-ଡେକର ଟ୍ରେନ୍‌। ରେଳ କୋଚ୍‌ ଫ୍ୟାକ୍ଟ୍ରି, କପୁରଥାଲା ଏଭଳି ଏକ ସେମି ସ୍ପିଡ୍‌ ଡବଲ୍‌-ଡେକର ଟ୍ରେନ୍‌ ପ୍ରସ୍ତୁତ କରିଛି ଯାହାକି ୧୬୦ କି.ମି ପ୍ରତି ଘଣ୍ଟା ବେଗରେ ଗଡ଼ିବ।

ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ, ଏହି ଡବଲ୍‌ ଡେକର କୋଚ୍‌ରେ ସବୁ ପ୍ରକାର ଆଧୁନିକ ସୁବିଧା ଦିଆଯାଇଛି। ଏହି କୋଚ୍‌ରେ ୧୨୦ ଯାତ୍ରୀ ବସିପାରିବେ। ଉପର ଡେକର‌ରେ ୫୦ ଯାତ୍ରୀ ବସିବାର ବ୍ୟବସ୍ଥା ରହିଥିବା ବେଳେ ତଳ ଡେକରରେ ୪୮ ଜଣ ଯାତ୍ରୀ ବସିପାରିବାର ବ୍ୟବସ୍ଥା ରହିଛି। ଦେଶରେ ଚାଲୁଥିବା ଅନ୍ୟ ଡବଲ୍‌ ଡେକର ଟ୍ରେନ୍‌ ତୁଳନାରେ ଏହି ଟ୍ରେନ୍‌ରେ ଅଧିକ ଯାତ୍ରୀ ଯାତ୍ରା କରିପାରିବା ସହ ଖୁବ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ।

wp:core-embed/twitter {"url":"https://twitter.com/PiyushGoyal/status/1329076909364310020","type":"rich","providerNameSlug":"twitter","className":""}
https://twitter.com/PiyushGoyal/status/1329076909364310020
/wp:core-embed/twitter

ଆରସିଏଫ ଦ୍ବାରା ନିର୍ମିତ ଏହି ଡବଲ୍‌-ଡେକରକୋଚ୍‌ ଲକ୍ଷ୍ନୌର ରିସର୍ଚ୍ଚ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍‌କୁ ପଠାଯିବ। ସେଠାରେ ଟ୍ରାଏଲ ହେଲା ପରେ ସଫଳତା ମିଳିବା ପରେ ଏହାର କମର୍ସିଆଲ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ତେବେ ଏଭଳି ଡବଲ୍‌-ଡେକର କୋଚ୍‌କୁ ଦେଶର ପ୍ରମୁଖ ରୁଟଗୁଡ଼ିକରେ ଚଳାଚଳ କରିବାକୁ ରେଳ ବିଭାଗ ଯୋଜନା କରିଥିବା ସୂଚନା ମିଳିଛି।

ଡବଲ୍‌-ଡେକର କୋଚ୍‌ରେ ଷ୍ଟେଟ୍‌ ଅଫ ଏୟାର ସ୍ପ୍ରିଙ୍ଗ ସସ୍‌ପେନ୍‌ସନ ସିଷ୍ଟମ ବ୍ୟବହାର କରାଯାଇଛି। ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ପ୍ରକାର ଝଟ୍‌କା ଅନୁଭବ ହେବ ନାହିଁ। ଆରସିଏଫ ଭାରତର ଏକମାତ୍ର ଉତ୍ପାଦନ କମ୍ପାନୀ ଯାହାକି ଭାରତୀୟ ରେଳ ପାଇଁ ଡବଲ୍‌-ଡେକର କୋଚ୍‌ ତିଆରି କରିଛି।

କଣ ରହିଛି ସୁବିଧା ?
ଡବଲ୍‌-ଡେକର କୋଚ୍‌ର ଓସାର ଅଧିକ
ଇଣ୍ଟେରିୟର ପାଇଁ ଭଲ ମ୍ୟାଟେରିଆଲ୍‌ର ବ୍ୟବହାର କରାଯାଇଛି
ମୋବାଇଲ୍‌ ଓ ଲାପ୍‌ଟପ୍‌ ଚାର୍ଜିଂ ପଏଣ୍ଟ ଦିଆଯାଇଛି
ଜିଏସପି ଆଧାରିତ ପାସେଞ୍ଜର ଇନଫର୍ମେସନ ସିଷ୍ଟମ ରହିଛି
ସବୁ କୋଚ୍‌ରେ ଏଲଇଡି ଡେଷ୍ଟିନେସନ ବୋର୍ଡ ଲାଗିଛି
ପାସେଞ୍ଜରଙ୍କ ପାଖରେ ଏକ ସ୍ଲାଇଡିଂ ଗେଟ୍‌ ଲାଗିଛି ଯାହାକୁ ଖୋଲିବା ଓ ବନ୍ଦ କରିବା ସହଜ
କୋଚ୍‌ରେ ମିନି ପ୍ୟାଣ୍ଟ୍ରି ରହିଛି

ସୂଚନାଯୋଗ୍ୟ, ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ଜୋନ୍‌ରେ ପୂର୍ବରୁ ଡବଲ୍‌-ଡେକର ଟ୍ରେନ୍‌ ଚାଲୁ ରହିଛି। ଗୋଟିଏ ଟ୍ରେନ୍‌ ମୁମ୍ବାଇ ସେଣ୍ଟ୍ରାଲ୍‌ରୁ ଅହମଦାବାଦ ଓ ଅନ୍ୟଟି ପୋରବନ୍ଦରରୁ ଦିଲ୍ଲୀ ମଧ୍ୟରେ ଯାତାୟତ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.