ନିର୍ବାଚନୀ ମାହୋଲରେ ବଜାରକୁ ଆସିଲା ନୂଆ ଫ୍ୟାସନ : ମୋଦି ଏବଂ ରାହୁଲଙ୍କ ଫଟୋ ପ୍ରିଣ୍ଟ ଥିବା ଜ୍ୟାକେଟ
30/03/2019 at 7:27 PM

ଜବଲପୁର ୩୦/୩ : ମୁଣ୍ଡ ଉପରେ ନିର୍ବାଚନ ତାରିଖ | ଜୋରସୋରରେ ଚାଲିଛି ପ୍ରଚାର | ବିଭିନ୍ନ ଦଳ ଭିନ୍ନ ଭିନ୍ନ ଉପାୟରେ ଭୋଟରଙ୍କ ମନ କିଣିବାକୁ ଉଦ୍ୟମ କରୁଛନ୍ତି | ଏଭଳି ସ୍ଥିତିରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଳିତଥର କଡା ଟକ୍କର ହେବାକୁ ଯାଉଛି | ନେତା ଏବଂ କର୍ମୀଙ୍କୁ ଛାଡିଦେଲେ ନିର୍ବାଚନର ପ୍ରଭାବ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି |

ଶାଢ଼ୀରେ ମୋଦିଙ୍କ ଫଟୋ ଏବଂ ତାଙ୍କ କାରନାମା ପ୍ରିଣ୍ଟ କରାଯାଇ ଲୋକଙ୍କୁ ପ୍ରଭାବିତ କରାଯାଉଛି | ଗତ କିଛି ଦିନ ପୂର୍ବରୁ ସୁରଟର ଜଣେ ବ୍ୟବସାୟୀ ସର୍ଜିକାଲ ଷ୍ଟ୍ରାଇକର ପ୍ରିଣ୍ଟ ସହ ମୋଦିଙ୍କ ଫାଟି ପ୍ରିଣ୍ଟ ହୋଇଥିବା ଶାଢ଼ୀ ବଜାରକୁ ଆଣିଥିଲେ | ମହିଳାଙ୍କୁ ଏହି ଶାଢ଼ୀ ବହୁତ ପସନ୍ଦ ମଧ୍ୟ ଆସିଥିଲା | ଏବେ ପୁଣି ଏହିଭଳି ଆଉ ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି | ମୋଦି, ରାହୁଲ ଏବଂ ପ୍ରିୟଙ୍କାଙ୍କ ଫାଟି ଥିବା ଜ୍ୟାକେଟ ଏବେ ବଜାରରେ ଉପଲବ୍ଧ |

ମଧ୍ୟ ପ୍ରଦେଶ ଜବଲପୁର ବଜାରରେ ଏହିସବୁ ଜ୍ୟାକେଟର ଚାହିଦା ଏବେ ବହୁତ ବେଶୀ | ଏହି ସବୁ ଜ୍ୟାକେଟ ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି | ରାଜନୈତିକ ଦଳ ପ୍ରଚାର ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି | ସେଥିପାଇଁ ଜ୍ୟାକେଟ ଏବଂ ସାର୍ଟ ଆଦିରେ ନିଜ ନିଜ ନେତାଙ୍କ ଫଟୋ ପ୍ରିଣ୍ଟ କରିବା ସାମିଲ କରିଛନ୍ତି |

କିଛି ବର୍ଷ ପୂର୍ବରୁ ବଜାରରେ ମୋଦି ଜ୍ୟାକେଟର ଖୁବ ଚାହିଦା ଥିଲା | ଏବେ ମୋଦି ଏବଂ ରାହୁଲଙ୍କ ଫଟୋ ଥିବା ଜ୍ୟାକେଟର ଚାହିଦା ବଢି ଯାଇଛି | ଏହି ଜ୍ୟାକେଟ ଜବଲପୁରରେ ତିଆରି କରାଯାଇ ବିକ୍ରି କରାଯାଉଛି | ମୋଦି ଜ୍ୟାକେଟ ପାଇଁ ସବୁଠାରୁ ଅଧିକ କ୍ରେଯ ଥିବା ଦେଖିବାକୁ ମିଳିଛି |
