ଉତ୍ତରପ୍ରଦେଶ ରାୟବରେଲିରେ ଟ୍ରେନ୍ ଦୁର୍ଘଟଣା ; ନ୍ୟୁ ଫରକ୍କା ଏକ୍ସପ୍ରେସ୍‌ର ଇଞ୍ଜିନ ସହ ୬ଟି ବଗି ଲାଇନଚ୍ୟୁତ, ୭ଜଣ ମୃତ ୨୦ରୁ ଅଧିକ ଆହତ

Published By : Prameya-News7 Bureau | October 10, 2018 IST

ଉତ୍ତରପ୍ରଦେଶ ୧୦|୧୦:  ଉତ୍ତରପ୍ରଦେଶ ରାୟବରେଲିରେ ଟ୍ରେନ୍ ଦୁର୍ଘଟଣା । ନ୍ୟୁ ଫରକ୍କା ଏକ୍ସପ୍ରେସ୍ ଟ୍ରେନର ଇଞ୍ଜିନ ସହ ୬ଟି ବଗି ଲାଇନଚ୍ୟୁତ ହୋଇଛି । ହରଚନ୍ଦନପୁର ରେଲୱେ ଷ୍ଟେସନ ଠାରୁ ପ୍ରାୟ ୫୦ ମିଟର ଦୂରରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଦୁର୍ଘଟଣାରେ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।  ସ୍ଥାନୀୟ ପ୍ରଶାସନ, ବାରାଣାସୀ ଓ ଲକ୍ଷ୍ନୋରୁ ଏନଡିଆରଏଫ ଟିମ୍  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାମ ଜାରି ରଖିଛନ୍ତି  । ଟ୍ରେନଟି ମାଲଦା ଟାଉନରୁ ନୂଆଦିଲ୍ଲୀ ଯାଉଥିଲା । ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍ ଙ୍କ ନିର୍ଦ୍ଦେଶରେ ରେଳବାଇ ବୋର୍ଡ ଚେୟାର୍ ମ୍ୟାନ୍  ଅଶ୍ବିନୀ ଲୋହାନି ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.