ନୂଆ ନୂଆ ତଥ୍ୟ ସିମରନ୍ ମୃତ୍ୟୁ ଘଟଣାକୁ କରୁଛି ଅଧିକ ରହସ୍ୟାବୃତ୍ତ : ଖିଅ ଖୋଜିବାରେ ଲାଗିଛନ୍ତି ତିନି ଜିଲ୍ଲାର ପୋଲିସ

Published By : Prameya-News7 Bureau | January 04, 2019 IST

ଝାରସୁଗୁଡା| ସମ୍ବଲପୁର| କଳାହାଣ୍ଡି ୪|୧: ଏବେ ବି ରହସ୍ୟ ଘେରରେ ଆଲବମ୍ କୁଇନ୍ ସେଲଫି ବେବୋ, ସିମରନ ସିଂହଙ୍କ ମୃତ୍ୟୁ ଘଟଣା । ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଚଳାଇଛି ପୋଲିସ । ସନ୍ଦେହ ଘେରରେ ଥିବା ସିମରନଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି। ଗତକାଲି ବୁର୍ଲା ପିସି ବ୍ରିଜ ତଳୁ ସିମରନ୍ ଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

{"id":70422}

ରହସ୍ୟ ଘେରରେ ସେଲ୍‌ଫି ବେବୋଙ୍କ ମୃତ୍ୟୁ । ଆତ୍ମହତ୍ୟା ନା ହତ୍ୟା ଘନେଇବାରେ ଲାଗିଛି ସନ୍ଦେହ । ଯଦି ତାଙ୍କୁ ହତ୍ୟା କରାଯାଇଛି ତେବେ ସେ ଦୁର୍ବୃତ୍ତ କିଏ, ହତ୍ୟା ପଛରେ କାରଣ କଣ ହୋଇପାରେ। ଯଦି ସେ ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଯାଇଛି କି କିମ୍ବା ମାନସିକ ନିର୍ଯାତନା ଦିଆଯାଇଛି କି? ଏମିତି ଅନେକ ପ୍ରଶ୍ନ ତାଙ୍କ ମୃତ୍ୟୁ ସହିତ ଗୁଡ଼େଇ ତୁଡ଼େଇ ହେବାରେ ଲାଗିଛି। ସିମରନଙ୍କ ନିକଟରୁ ଜବତ ହୋଇଥିବା  ଫୋନକୁ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ଫୋନରେ ୧୫୧ଟି ମିସ୍ କଲ୍ ଥିବା ବେଳେ ୪୨ଟି ନୂଆ ମେସେଜ୍ ରହିଛି । ସେଥିମଧ୍ୟରୁ କେବଳ ୨୨ଟି ମେସେଜ୍ ହେଉଛି ପରିବାର ପକ୍ଷରୁ ଅଭିଯୋଗ ଆସିଥିବା ପୁରୁଷ ବନ୍ଧୁଙ୍କର ବୋଲି ଜଣାପଡିଛି । ଏତିକିବେଳେ ସାମ୍ନାକୁ ଆସିଛି ଏକ ଫୋନ ବାର୍ତ୍ତାଳପ। । ୧ମିନିଟ ୧୮ସେକେଣ୍ଡର ଏହି ଭଏସ୍ ମେସେଜ୍ କୁ ସିମରନ୍ ପରିବାରକୁ ପଠାଇଥିଲେ । ଭବାନୀପାଟଣାରୁ ଟ୍ରେନରେ ଫେରିବା ବେଳେ ଏହି ମେସେଜ୍ ପଠାଇଥିଲେ । ଯେଉଁଥିରେ ସେ କହୁଛନ୍ତି ସେ ଯାଉଛନ୍ତି ବହୁ ଦୂରକୁ।

{"id":70424}

ସେପଟେ ପୋଲିସ ସିମରନଙ୍କ ପୁରୁଷ ବନ୍ଧୁ ଧ୍ରୁବରାଜ ସୁନାଙ୍କୁ ପୋଲିସ ଅଟକ ରଖିଛି। ବଲାଙ୍ଗିର ବେଲପଡ଼ା ତାଙ୍କ ଘରୁ ପୋଲିସ ତାଙ୍କୁ ଅଟକ ରଖି ଜେରା ଚଳାଇଛି। ସିମ୍ରନଙ୍କ ସହିତ ତାଙ୍କର କି ସଂପର୍କ। ଉଭୟ ବିବାହ କରିଥିଲେ କି ? ସିମ୍ରନଙ୍କୁସେ ମାନସିକ ନିର୍ଯାତନା ଦେଉଥିଲେ କି ? ଏସବୁ ପ୍ରଶ୍ନ ପୋଲିସ ପଚାରିଛି। ଧ୍ରୁବରାଜଙ୍କ ନାଁରେ ହିଁ ସିମ୍ରନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଧ୍ରବରାଜଙ୍କୁ ସିମ୍ରନ ବିବାହ କରିଥିଲେ ଏବଂ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ନିଜ ସିମ୍ରନ ଥାନାରେ ଏତଲା ଦେଇଥିଲେ।  ସେତେବେଳେ ପୋଲିସ ତଦନ୍ତ କଲାନି। ଏବେ ସିମ୍ରନଙ୍କ ମୃତ୍ୟୁ ହେଲା। ତେଣୁ ସନ୍ଦେହର କେନ୍ଦ୍ରରେ ଅଛନ୍ତି ଧ୍ରୁବରାଜ । ଗତ ଡିସେମ୍ବର ୨୮ରେ ପରିବାର ପକ୍ଷରୁ ଝାରସୁଗୁଡା ଥାନାରେ ଝିଅ ସିମରନ୍ ର ନିଖୋଜ ନେଇ ଏକ ଅଭିଯୋଗ କରାଯାଇଛି,  । ଗତ ଏପ୍ରିଲ ୧୩ ତାରିଖରୁ ଝିଅ ନିଖୋଜ ଥିବା ଅଭିଯୋଗ ପତ୍ରରେ ଲେଖା ରହିଛି। ସବୁଥିରେ ପୋଲିସ ଅବହେଳା କରିଛି ବୋଲି ଅଭିଯୋଗ କରିଛନ୍ତି ସିମ୍ରନଙ୍କ ମା ରାନି ସିଂ ।

{"id":70425}

ସେପଟେ ସିମରନଙ୍କ ଘରେ ପହଞ୍ଚିଛନ୍ତି ଆଲବମ କଳାକାର ଏବଂ ଟେକନିସିଆନ। ପରିବାରକୁ ସମବେଦନା ଜଣାଇଥିଲେ, ଅପରାଧୀକୁ ଧରିବା ଲାଗି ପୋଲିସ ନିକଟରେ ଦାବି କରିଥିଲେ ସିମରନଙ୍କ ପକେଟରୁ ୨ଟି ଟ୍ରେନ ଟିକେଟ ମିଳିଛି । ଗୋଟିଏ ଝାରସୁଗୁଡାରୁ କେସିଙ୍ଗା ଓ ଅନ୍ୟଟି କେସିଙ୍ଗାରୁ ଝାରସୁଗୁଡା ପର୍ଯ୍ୟନ୍ତ ଟିକେଟ । ନୂଆ ବର୍ଷ କାର୍ଯ୍ୟକ୍ରମ ପାଇଁ ସେ ୧ ତାରିଖରେ କେସିଙ୍ଗା ଯାଇଥିଲେ ।

{"id":70426}

ଖୁବ କମ ବୟସରୁ ପଶ୍ଚିମ ଓଡ଼ିଶା ଆଲବମ ଦୁନିଆର ଖୁବ ଲୋକପ୍ରିୟ ହୋଇଥିଲେ ସିମ୍ରନ। ଏବେ ତାଙ୍କ ମୃତ୍ୟୁର ରହସ୍ୟ ବି ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। 

{"id":70427,"align":"center"}

ମୃତ୍ୟୁ ଆଗରୁ ସିମରନ୍ କରିଥିବା ଭଏସ୍ ମେସେଜ୍ ସାମ୍ନାକୁ ଆସିଛି । ହ୍ବାଟସ୍ ଆପରେ ସେ ପଠାଇଥିବା ଏହି ଭଏସ୍ ମେସେଜ୍ ତାଙ୍କ ମୃତ୍ୟୁକୁ ଆହୁରି  ରହସ୍ୟମୟ କରିଛି । ଆଉ ମୃତ୍ୟୁ ଆଗରୁ ତାଙ୍କ ମାନସିକ ସ୍ଥିତି ସଂପର୍କରେ ଅନେକ ଇସାରା ଦେଇଛି ମେସେଜ୍ ପାଇବା ପରେ ସାରା ପରିବାର ବ୍ୟସ୍ତ ହୋଇ ପଡିଥିଲେ । ହେଲେ ପରଦିନ ସକାଳୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା ତାଙ୍କ ମୃତ ଦେହ । ସିମରନ୍ ଙ୍କ କେଇ ପଦ ଶେଷ କଥାକୁ ଖିଅ ଧରି ପୋଲିସ ତଦନ୍ତ କରୁଛି । ସିମରନ୍ କହିଛନ୍ତି, 'ମୁଁ ବହୁତ ଭାଙ୍ଗି ପଡିଛି, ନିଜକୁ ସମ୍ଭାଳି ପାରୁନି' ।  'ମୁଁ ଯାଉଛି ତୁମଠାରୁ ଦୁରକୁ, ମୋ ନିଜଠୁ ଦୁରକୁ' । 'ପରିବାରଠୁ ଦୁରକୁ, ସମସ୍ତଙ୍କଠାରୁ ବହୁ ଦୁରକୁ ଚାଲି ଯାଉଛି' ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.