Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଲକ୍‌ଡାଉନ୍‌ରେ ନୂଆ ଏକ୍ସପେରିମେଣ୍ଟ ଓଡ଼ିଆ ସିନେ ନାଟକ: ‘ସଖାରାମ ବାଇଣ୍ଡର’ ନାମୀ-ଦାମି କଳାକାର

31/07/2020 at 1:47 PM

ଭୁବନେଶ୍ବର୩୧/୭: ଓଡ଼ିଆ ନାଟକ ଇତିହାସରେ ପ୍ରଥମ । ସିନେ ଇତିହାସରେ ବି ପ୍ରଥମ । ଓଡ଼ିଶାରେ ବୋଧହୁଏ ପୂର୍ବରୁ ଏମିତି ହୋଇନଥିଲା । ଯାହା କରି ଦେଖାଇଛନ୍ତି ଓଲିଉଡର ଦେବଦାସ ଅସିତ୍‌ ପାତ୍ର । ଲକ୍‌ଡାଉନ୍‌ରେ ଏକ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି । ଓଲିଉଡର ବଛାବଛା, ଜଣାଶୁଣା କଳାକାରଙ୍କୁ ନେଇ ପ୍ରସ୍ତୁତ କରୁଛନ୍ତି ସିନେ ନାଟକ। ଯାହାର ଶୀର୍ଷକ ରହିଛି ‘ସଖାରାମ ବାଇଣ୍ଡର’ । ଭାରତ ବର୍ଷର ପ୍ରସିଦ୍ଧ ନାଟ୍ୟକାର ବିଜୟ ତେନ୍ଦୁଲକରଙ୍କ ରଚିତ ମରାଠି
ନାଟକର ଏହା ଓଡ଼ିଆ ସିନେ ରୂପାୟନ । ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏହି ନାଟକର ଇଂରାଜୀ ସବ୍‌ଟାଇଟଲ୍‌ ରହିଛି । ସ୍ୱତନ୍ତ୍ର ମଞ୍ଚରେ ସେଟ୍‌ ଲାଗି ନାଟକର ସୁଟିଂ କରାଯାଇଛି । ଏହାକୁ ଓଟିଟି ପ୍ଲାଟ୍‌ଫର୍ମରେ ପ୍ରସାରଣ କରାଯିବ । ଅଞ୍ଜନେୟ ମିଡିଆ ପ୍ରଯୋଜିତ କ୍ୟାମେରା କୁଇନ୍‌ ପ୍ରଡକ୍ସନ ସହଯୋଗରେ ପ୍ରସ୍ତୁତ ଏହି ସିନେ ନାଟକର ପ୍ରଯୋଜନା ଭାର ତୁଲାଇଛନ୍ତି ପ୍ରଭାତ ପ୍ରଧାନ ।

ନିର୍ଦ୍ଦେଶନା ଦେଇଛନ୍ତି ଅସିତ୍‌ ପାତ୍ର ଓ ସୁନୀଲ ପଟ୍ଟନାୟକ । ସଙ୍ଗୀତ ସଂଯୋଜନା କରିଛନ୍ତି ହରପ୍ରୀତ ସିଂହ । କ୍ୟାମେରାରେ ବିଶ୍ୱ ଭୂଷଣ ମହାପାତ୍ର, ଡିଓପିରେ ସଞ୍ଜୟ, କଳାରେ ନବଘନ ଦଲେଇ, ପ୍ରଡକ୍ସନ୍‌ ମ୍ୟାନେଜର ନିରଞ୍ଜନ ଆଚାର୍ଯ୍ୟ, ଡିଜାଇନ୍‌ରେ ବିକାଶ ମହାନ୍ତି, ସମ୍ପାଦନାରେ ଅଶ୍ୱିନୀ ଜେନା, ପୋଷ୍ଟର୍‌ ଡିଜାଇନ୍‌ରେ ଐଶ୍ୱର୍ଯ୍ୟା ରାଉତ ସହଯୋଗ କରିଛନ୍ତି ।

ମୁଖ୍ୟ ସଖାରାମ ଚରିତ୍ରରେ ଅସିତ୍‌ ଅଭିନୟ କରୁଛନ୍ତି । ତାଙ୍କ ସହିତ ଅଭିନେତା ପିଣ୍ଟୁ ନନ୍ଦ, ସୁଜିତ ପାଇକରାୟ, ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ ଓ ରେଶ୍ମାଞ୍ଜଳୀ ସାହୁ ଅଭିନୟ କରୁଛନ୍ତି । ଏହାର ପୋଷ୍ଟର୍‌ ରିଲିଜ୍‌ ହୋଇଥିଲାବେଳେ ଏହାକୁ ନେଇ ଇଣ୍ଡଷ୍ଟ୍ରିରେ ବେଶ୍‌ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି ।

ଏ ସମ୍ପର୍କରେ ଅସିତ୍‌ କହିଛନ୍ତି, ଓଡ଼ିଶାରେ ପ୍ରାୟତଃ ଏ ଧାରା ଆରମ୍ଭ ହୋଇନାହିଁ । ଦ୍ୱିତୀୟତଃ ଏଥିରେ ସବୁ ସିନେମା କଳାକାର ଅଭିନୟ କରୁଛନ୍ତି । ଆଶା, ରାଜ୍ୟରେ ଏହା ଏକ ନୂଆ ଟ୍ରେଣ୍ଡ୍‌ ଆରମ୍ଭ କରିବ । ମୁମ୍ବାଇରେ ୧୦ବର୍ଷ ରହିବା ଭିତରେ ଅସିତ୍‌ ୧ହଜାରରୁ ଊଦ୍ଧ୍ୱର୍ ହିନ୍ଦୁସ୍ଥାନୀ ନାଟକ କରିଛନ୍ତି । ଯାହାର ଅନୁଭୂତିକୁ ସେ ଏଥିରେ ପ୍ରସ୍ଫୁଟିତ କରିଛନ୍ତି । ସେଠୁ ଭୁବନେଶ୍ୱର ଆସି ୨୦୧୭ରେ ସିନେମା ‘ଭୈରବ’ରେ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରନ୍ତି । ଏହାପରେ ଗତବର୍ଷ ତାଙ୍କର ମୁକ୍ତିଲାଭ କରେ ବହୁ ଚର୍ଚ୍ଚିତ ଓ ଓଡ଼ିଆରେ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ । ଆଗକୁ ତାଙ୍କ ସିନେମା ‘କିଏ ହେବ ମୋ ହିରୋଇନ୍‌’ ରିଲିଜ୍‌ ଅପେକ୍ଷାରେ ରହିଛି ।

   Related Posts