Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏଣିକି ରାତି ୩ଟା ଯାଏଁ ଖୋଲା ରହିବ ବାର୍‌, ନୂଆ ଅବକାରୀ ନୀତି ଘୋଷଣା କଲେ ଏହି ରାଜ୍ୟ ସରକାର…

6/07/2021 at 4:50 PM

ନୂଆଦିଲ୍ଲୀ ୦୬/ ୦୭ : ରାଜ୍ୟରେ ହୋଟେଲ, କ୍ଲବ୍ ଏବଂ ରେଷ୍ଟୁରାଣ୍ଟମାନଙ୍କରେ ଥିବା ବାର୍‌ ଗୁଡିକ ପାଇଁ ନୂଆ ଅବକାରୀ  ନୀତି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ନୂଆ ଅବକାରୀ ନୀତି ଅନୁଯାୟୀ ଦିଲ୍ଲୀରେ ବିଳମ୍ବିତ ରାତି ୩ଟା ଯାଏଁ ଖୋଲିପାରିବ ହୋଟେଲ, କ୍ଲବ୍ ଏବଂ ରେଷ୍ଟୁରାଣ୍ଟରେ ଥିବା ବାର । ଏ ନେଇ ୨୦୨୧-୨୨ ବର୍ଷ ପାଇଁ ନୂଆ ଅବକାରୀ ପଲିସି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟସ୍ବ ପାଇଁ ଅବକାରୀ ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ରାଜ୍ୟର ରାଜକୋଷ ପାଇଁ ଏହି ନିୟମ ଲାଗୁ କରାଯାଇଛି ।

ଏହା ସହିତ ନୂଆ ଅବକାରୀ ନିୟମରେ କିଛିଟା ପରିବର୍ତ୍ତନ କରିଛନ୍ତି ଦିଲ୍ଲୀର କେଜରିଓ୍ବାଲ ସରକାର । ନୂଆ ନିୟମ ଅନୁଯାୟୀ ଏଣିକି ଖୁଚୁରା ମଦ କାରବାରରୁ ସରକାର ଦୂରେଇ ରହିବେ । ଏହା ଦ୍ବାରା ଘରୋଇ ସଂସ୍ଥାମାନେ ପ୍ରୋତ୍ସାହିତ ହେବେ ଏବଂ ରାଜ୍ୟ ସରକାରଙ୍କ ଅଧିକରେ ଆଉ ମଦ ଦୋକାନ ରହିବ ନାହିଁ । ମଦ ବିକ୍ରି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମୁତାବକ, ରାଜ୍ୟର ସମସ୍ତ ମଦ ଦୋକାନ ଗ୍ରାହକମାନଙ୍କ ପାଇଁ ଏକାଧିକ ମଦ ବ୍ରାଣ୍ଡ କିଣିବା ପାଇଁ ସୁବିଧା ସୁଯୋଗ ଯୋଗାଇଦେବେ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ବର୍ତ୍ତମାନ ମୋଟ ୮୪୯ଟି ମଦ ଦୋକାନ ରହିଛି । ଏହା ସହିତ ୫ଟି ସୁପର ପ୍ରିମିୟମ ମଦ ଦୋକାନ ମଧ୍ୟ ରହିଛି । ତେଣୁ ସୁପର ପ୍ରିମିୟମ ମଦ ଦୋକାନ ଗୁଡିକ ଅତି ବେଶୀରେ ୫୦ଟି ବିଦେଶୀ ବ୍ରାଣ୍ଡ ରଖିପାରିବେ । ସେହିଭଳି ଦିଲ୍ଲୀର ୨୭୨ଟି ମ୍ୟୁନିସିପାଲିଟି ଓ୍ବାର୍ଡକୁ ୬୮ଟି ବିଧାନସଭା କ୍ଷେତ୍ରରେ ମୋଟ ୩୦ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନରେ ଅତିବେଶୀରେ ୨୭ଟି ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେବେ ରାଜ୍ୟ ସରକାର । ସେହିଭଳି ହିସାବ କଲେ ଦିଲ୍ଲୀର ପ୍ରତି ଓ୍ବାର୍ଡରେ ୩ଟି ଲେଖାଏଁ ମଦ ଦୋକାନ ଖୋଲିପାରିବ  ।

   Related Posts