ଜିଏମଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ, ହତ୍ୟା ନା ଆତ୍ମହତ୍ୟା!
28/12/2019 at 9:16 AM

କଳାହାଣ୍ଡି୨୮/୧୨: ଓଏଚପିସି ମୁଖିଗୁଡା ଜିଏମ ନାରାୟଣ ପ୍ରସାଦ ମେହେରଙ୍କ ଗଳିତ ଶବ ଉଦ୍ଧାର ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି ।ଜିଏମ ନାରାୟଣ ପ୍ରସାଦ ଟାୱାରରୁ ଡେଇଁ ଥିବା ଅନୁମାନ । ଏଥିସହ ଟାୱାର ଉପରୁ ଗୋଟିଏ ଚପଲ ଏବଂ ଟାୱାର ବାରରେ ପିଟି ହୋଇଥିବା କାରଣରୁ ମୁଣ୍ଡର ବାଳ ଓ ଚର୍ମ ଲାଗିଥିବା ତଦନ୍ତରେ ଜଣାପଡିଛି । ଟାୱାର କର୍ମଚାରୀଙ୍କୁ ଟାୱାର ଉପରକୁ ଚଢାଇ ପୋଲିସର ତଦନ୍ତ କରିଥିଲା। ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଗତ ୧୭ ତାରିଖରେ ଜିଏମ ଅଫିସ୍ ଯାଇ ନିଖୋଜ ରହିଥିଲେ । ଏବଂ ୫ ଦିନ ପରେ ମୁଖିଗୁଡା ଏୟାରଟେଲ ଟାୱାର ତଳୁ ଗଳିତ ଶବ ଉଦ୍ଧାର କରାଯାଇଥିଲା । ପରିବାର ଏହାକୁ ଆତ୍ମହତ୍ୟା ଅଭିଯୋଗ କରୁଥିବା ବେଳେ ବର୍ତ୍ତମାନ ଏହା ରହସ୍ୟମୟ ରହିଛି । ହେଲେ ବର୍ତ୍ତମାନ ଟାୱାରରୁ ଡେଇଁ ଜିଏମଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼ ନେଇଛି।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021