ମାହାଙ୍ଗା ରାଜନୀତିରେ ନୂଆ ସମୀକରଣ : ବିଜେଡି ଓ କଂଗ୍ରେସ ନେତା କୋଳାକୋଳି, ମତଲୁବ ଅଲ୍ଲୀ ମିଶିବେ କି ଶାସକ ଦଳରେ ?

Published By : Prameya-News7 Bureau | October 29, 2018 IST

ମହାଙ୍ଗା ୨୯|୧୦: ମାହାଙ୍ଗା ରାଜନୀତିରେ ନୂଆ ସମୀକରଣ।ଗୋଟିଏ ମଞ୍ଚରେ ଦୁଇ ନେତା l ଜଣେ କଂଗ୍ରେସ ଦଳର ଆଉଜଣେ ବିଜେଡି ର l ଏମାନେ ବିଗତ ଦୁଇ ଦୁଇଟି ସାଧାରଣ ନିର୍ବାଚନରେ ପରସ୍ପର ବିରୁଦ୍ଧରେ ଲଢ଼ିବା ଦେଖିବାକୁ ମିଳିଥିଲା l ଆଶ୍ଚର୍ଯ୍ୟର କଥା ଗୋଟିଏ ମଞ୍ଚରେ ଅତିଥି ସାଜି ଦୁହେଁ ଦୁହିଁଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି l ବୋଧେ ମହାଙ୍ଗାରୁ ଆଉ ନିର୍ବାଚନ ଲଢ଼ିବା ମୁଡ଼ରେ ନାହାନ୍ତି ପ୍ରାକ୍ତନ ମନ୍ତ୍ରୀ ତଥା କଂଗ୍ରେସ ନେତା ମତୁଲୁବ ଅଲ୍ଲୀ l ପ୍ରାକ୍ତନ ବାଚସ୍ପତି ଶରତ କର, ପୂର୍ବତନ ବିଧାୟକ ବିକ୍ରମ ବର୍ମା ଙ୍କଠାରୁ ୨ ହଜାର ଓ ୨ ହଜାର ଚାରି ନିର୍ବାଚନରେ ହାରିଥିବା ମତୁଲୁବ ଅଲ୍ଲୀ, ଦୁଇହଜାର ନ' ଓ ଚଉଦ ଭୋଟରେ ପ୍ରତାପ ଜେନାଙ୍କଠାରୁ ବହୁ ଭୋଟରେ ପରାସ୍ତ ହୋଇଥିଲେ l ମାତ୍ର ୨୨ ହଜାର ଭୋଟ ପାଇ ଅମାନତ ହରେଇଥିବା କଂଗ୍ରେସ ନେତା ମତୁଲୁବ ଅଲ୍ଲୀ ଆଉ ନିର୍ବାଚନ ଲଢ଼ି ପଞ୍ଚମଥରପାଇଁ ରିକ୍ସ ନେବା ମୁଡ଼ରେ ଥିଲାଭଳି ଲାଗୁନି l ମାହାଙ୍ଗାର ବଙ୍ଗିରଜ ଗୋପାଳପୁର ପ୍ରାଥମିକ ସ୍କୁଲ ଶତବାର୍ଷିକ ଉତ୍ସବକୁ ଦେଖିଲେ ଏମିତି ଧାରଣା ହେଉଛି । ମାହାଙ୍ଗାର ବଙ୍ଗିରଜ ଗୋପାଳପୁର ପ୍ରାଥମିକ ସ୍କୁଲ ଶତବାର୍ଷିକ ଉତ୍ସବରେ ପୂର୍ବଯୋଜନା ମୁତାବକ ସାଙ୍ଗହୋଇ ଅତିଥି ସାଜିବା ସହିତ ଉଦ୍ଘାଟନୀ ଫଳକରେ ଦୁଇ ନେତାଙ୍କ ନାଁ ଥିବା ଦେଖିବାକୁ ମିଳିଥିଲା l ଜଣେ ମନ୍ତୀ ଆଉ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଆୟୋଜକ ଆମନ୍ତ୍ରଣ କରିବା ପଛରେ ରାଜନୀତିର ଗନ୍ଧ ବାରିହେବା ଚର୍ଚ୍ଚା ଯୋର ଧରିଛି l ମାହାଙ୍ଗାରୁ ଆଉ ଯିଏବି କଂଗ୍ରେସ ପ୍ରାର୍ଥୀ ହେଉ ତାଙ୍କ ରାସ୍ତାରେ କଂଟାହୋଇ ଛିଡାହେବେ ମତୁଲୁବ ଅଲ୍ଲୀ l କାରଣ ଲଗାତାର ଭାବରେ ଚାରି ଚାରିଥର ଭୋଟ ହାରିଥିବା ମତୁଲୁବ ବାବୁ କଂଗ୍ରେସ ସଙ୍ଗଠନକୁ ହାତଛଡା କରିସାରିଥିବାରୁ ସେ ଆଉ ନିଜ ରାଜନୈତିକ ଭବିଷ୍ୟତକୁ କଂଗ୍ରେସରେ ନିରାପଦ ଭାବୁ ନାହାନ୍ତି l ସୌମ୍ୟଙ୍କ ରାସ୍ତାରେ କଂଗ୍ରେସର ଏହି ପୁରୁଖା ନେତାଙ୍କୁ ନବୀନ ନିବାସମୁହାଁ କରେଇବାପାଇଁ ପ୍ରତାପ ଜେନା ଗୋଟି ଚଳେଇଥିବା ସୁରାକ ମିଳୁଛି l ମଞ୍ଚରେ ଦୁହିଁଙ୍କ ବଡି ଲାଙ୍ଗୁଏଜ୍ ସେଇଆ ବି ସଂକେତ ଦେଉଛି l ଦେବେନ୍ଦ୍ର ସାହୁ କିମ୍ବା ଆକାଶ ଭୂୟାଁଙ୍କ ଭିତରୁ କାହାକୁ ପ୍ରୋଜେକ୍ଟ ନକରି ପ୍ରଦୀପ୍ତ ଦାସ ଙ୍କୁ ମୋହରା ବାନେଇଛନ୍ତି ମତୁଲୁବବାବୁ ବୋଲି ଧାରଣା ସୃଷ୍ଟି ହୋଇଛି l ସେପଟେ ବିଜେପିରୁ ସାରଦା ପ୍ରଧାନଙ୍କୁ ଚେକ ଦେବାକୁ ଚୌଧୁରୀ ପ୍ରଭାତ ମିଶ୍ର ଓ ଆଉକିଛି ଛାମୁଆଁ କର୍ମୀଙ୍କୁ ବିଜେଡିରେ ସାମିଲକରାଯିବାର ଯୋଜନା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ଭବିଷ୍ୟତବାଣୀ ଶୁଣେଇସାରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.