କରୋନା ସଙ୍କଟ ମଧ୍ୟରେ ଚଳିତ ମାସରୁ ବଢ଼ିଲା ଦରମା : ନୂଆ ନିୟମ ଲାଗୁ କଲେ ସରକାର

Published By : Prameya-News7 Bureau | May 20, 2020 IST

ନୂଆଦିଲ୍ଲୀ ୨୦/୦୫ : କେନ୍ଦ୍ର ସରକାର କର୍ମଚାରୀଙ୍କ ଭବିଷ୍ୟ ନିଧି ଯୋଗଦାନ (ଇପିଏଫ)  ନିୟମରେ ୩ ମାସ ପାଇଁ କିଛି ପରିବର୍ତ୍ତନ କରିଛନ୍ତି | ସରକାରଙ୍କ ଏହି ନିୟମ ଅନୁଯାୟୀ, ମେ ମାସରୁ ଜୁଲାଇ ମାସ ମଧ୍ୟରେ କର୍ମଚାରୀ ଓ ନିୟୋକ୍ତାଙ୍କ ଇପିଏଫ ଯୋଗଦାନ ୧୨ ପ୍ରତିଶତ ବଦଳରେ ୧୦ ପ୍ରତିଶତ ରହିବ | ସରକାରଙ୍କ ଏହି ନିଷ୍ପତ୍ତି ପରେ କର୍ମଚାରୀଙ୍କ ସିଟିସି ରେ କୌଣସି ପରିବର୍ତ୍ତନ କରାନଯାଇ ଟେକ ହୋମ ସାଲାରୀ ବୃଦ୍ଧି କରାଯିବ | ଫଳରେ ନିୟୋକ୍ତାଙ୍କ ଉପରେ କମ ଚାପ ପଡିବ |

ନିୟମ ଅନୁଯାୟୀ, କର୍ମଚାରୀ ଓ ନିୟୋକ୍ତା ବେସିକ ସାଲାରୀ ଏବଂ ମହଙ୍ଗା ଭତ୍ତାର ପ୍ରତି ମାସରେ ୧୨ ପ୍ରତିଶତ ପିଏଫ ରିଟାୟାରମେଣ୍ଟ ଫଣ୍ଡରେ ଜମା କରନ୍ତି | ଉଭୟ ଜମା ରାଶି ମିଶାଇ ୨୪ ପ୍ରତିଶତ ହୋଇଥାଏ | କିନ୍ତୁ ନୂଆ ନିୟମ ପରେ ଏହା ୧୨ ପ୍ରତିଶତରୁ ୧୦ ପ୍ରତିଶତ ହୋଇଛି | ଅର୍ଥାତ ବର୍ତ୍ତମାନ କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟରେ ୨୪ ପ୍ରତିଶତ ଜାଗାରେ ୨୦ ପ୍ରତିଶତ ଯୋଗଦାନ ରହିବ | ଏହା କେବଳ ମେ ମାସରୁ ଜୁଲାଇ ମାସ ଯାଏଁ ଲାଗୁ ହେବ | ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କର୍ମଚାରୀଙ୍କୁ ଟେକ ହୋମ ସାଲାରୀରେ ଲାଭ ମିଳିବ | କର୍ମଚାରୀଙ୍କ ବେସିକ ସାଲାରୀ ଏବଂ ମହଙ୍ଗା ଭତ୍ତା ୪ ପ୍ରତିଶତ ହେବ |

ଶ୍ରମ ମନ୍ତ୍ରାଳୟ ଏ ସମ୍ବନ୍ଧରେ ଏକ ବୟାନ ଜାରି କରି ମାଲ ସ୍ପଷ୍ଟ କରିଛନ୍ତି | ମନ୍ତ୍ରାଳୟ କହିଛି ଯେ, ଇପିଏଫ ଯୋଗଦାନକୁ ୧୨ ପ୍ରତିଶତ ରୁ ୧୦ ପ୍ରତିଶତ କରିବା ପରେ କର୍ମଚାରୀଙ୍କ ଟେକ ହୋମ ସାଲାରୀ ବଢ଼ିଯିବ | ଇପିଏଫ ଆକାଉଣ୍ଟକୁ ଯାଉଥିବା ୪ ପ୍ରତିଶତ ବର୍ତ୍ତମାନ ଟେକ ହୋମ ସାଲାରୀରେ ସାମିଲ ହେବ | ତେବେ ଇପିଏଫ ଯୋଗଦାନ ଛଟେଇ ମାମଲାରେ ସରକାର ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବନାହିଁ | କେନ୍ଦ୍ର କର୍ମଚାରୀଙ୍କୁ ପୂର୍ବ ଭଳି ନିୟୋକ୍ତା ଓ କର୍ମଚାରୀଙ୍କ ତରଫରୁ ୧୨ ପ୍ରତିଶତ ଯୋଗଦାନ କରିବାକୁ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.