୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ବିଦ୍ୟୁତ ଦର: ଶକ୍ତି ମନ୍ତ୍ରୀ କହିଥିଲେ ପୁନର୍ବିଚାର ହେବ, କଥା ଦେଇ କେମିତି ଭୁଲିଗଲେ ସରକାର ?

Published By : Prameya-News7 Bureau | April 02, 2021 IST

ଭୁବନେଶ୍ୱର ୦୨/୦୪ : ବର୍ଦ୍ଧିତ ବଜୁଳି ଦର ଗଣିବେଉେପାଭକ୍ତା ବିଜୁଳି ଦର ବୃଦ୍ଧି ନେଇ  ବିରୋଧୀ ରାଜ୍ୟ ସରକାରଙ୍କୁ ଘରିଥିଲେ ବି ଏପର୍ଯ୍ୟନ୍ତ ଶକ୍ତି ବିଭାଗ ପଦେକ୍ଷପ ନେଇ ନାହି କି ଓଇଆରସି ନିକଟରେ ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟହାର ପାଇଁ ଆବେଦନ କରି ନାହିଁ।  ବିଧାନସଭାରେ କଥା ଦେଇ କେମିତି ସରକାର ଭୁଲିଗେଲ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ୪ ତାରିଖରୁ ବର୍ଦ୍ଧିତ ବିଦ୍ୟୁତ ଦର ଲାଗୁ ହେଉଥିବା ବେଳେ  କାଲି ପୁଣି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ଲାଗି ବିରୋଧୀ  ପ୍ରସ୍ତୁତ  ହେଉଛନ୍ତି।

ଉପୋଭକ୍ତା ଗଣିବେ ବର୍ଦ୍ଧିତ  ବିଜୁଳି ଦର। ନୂଆ ଦର ଲାଗୁ ହେବାକୁ ବାକି ଅଛି ମାତ୍ର ଗୋଟିଏ ଦିନ। ଏପର୍ଯ୍ୟନ୍ତ ଓଇଆରସିକୁ ପୁନର୍ବିଚାର ଆବେଦନ ହୋଇନାହିଁ। ବିଧାନସଭାରେ  ଶକ୍ତି ମନ୍ତ୍ରୀ ଏନେଇ ବିବୃତି ଦେଇଥିଲେ। ବିଜୁଳି ଦର ବୃଦ୍ଧିର ପୁନର୍ବିଚାର ପାଇଁ  ଓଇଆରସିଙ୍କ ନିକଟରେ ଆବେଦନ କରିବେ ବୋଲି ଭରସା ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଶକ୍ତି ବିଭାଗ ପକ୍ଷରୁ କିଛି ପଦେକ୍ଷପ ନିଆଯାଇନାହିଁ ।  ଏପରିକି ବର୍ଦ୍ଧିତ ବିଜୁଳି ଦର ଲାଗୁ ହେବ କି ନାହିଁ  ସେ ସମ୍ପର୍କରେ କେୌଣସି ଘୋଷଣା କରିନାହାନ୍ତି ସରକାର। ଉପୋଭକ୍ତା ସଂଘ କହିଛି ସରକାର ଓଇଆରସି ପାଖରେ ଆବେଦନ କରିପାରିବେ ନାହିଁ। ତେଣୁ ୪ ତାରିଖରେ ବର୍ଦ୍ଧିତ ବିଜୁଳି ଦର ଲୋକଙ୍କ ମୁଣ୍ଡ ଉପରେ ପଡ଼ିବ।

ଏପେଟ ବର୍ଦ୍ଧିତ ବିଦ୍ୟୁତ  ଦର ପ୍ରତ୍ୟାହାର ନେଇ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ପୁଣି ସରାକରଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ । କଂଗ୍ରେସ କହିଛି କାଲି ପୁଣି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବ। ଜବାବ ମାଗିବ। ଏପେଟ ବିଜେପି କହିଛି ଟାଟା ପାଓ୍ବାର ପାଖରେ ବନ୍ଧା ପଡିଛନ୍ତି ରାଜ୍ୟସରକାର। କମ୍ପାନୀକୁ ଲାଭ ଦେବାକୁ ବିଦ୍ୟୁତ ଦର ବୃଦ୍ଧି କରିଛନ୍ତି।

ବିଦ୍ୟୁତ ଦର ୟୁନିଟି ପିଛା ୩୦ ପଇସା  ବର୍ଦ୍ଧିତ ବଢ଼ାଇଛନ୍ତି ଓଇଆରସି। ଏପେଟ ୬ ମାସ ପୂର୍ବରୁ ୨୦ ପଇସା  ବଢ଼ାଇଥିଲେ। ଏବେ ୪ ତାରିଖକୁ ଅପେକ୍ଷା ବର୍ଦ୍ଧିତ ଦର ଲାଗୁ ହେବ ନା ତା ପୂର୍ବରୁ ସରକାର ଅନୁରୋଧ କରି ଦର ବୃଦ୍ଧି ଅଟକାଇବାରେ ସଫଳ ହେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.