ବଜାରକୁ ଆସିଲା Pure EV ଏଟ୍ରାନ୍ସ ନିଇଓ ସ୍କୁଟର : ଥରେ ଚାର୍ଜ ହେଲେ ଦୌଡିବ ୧୨୦କିମି, ଦମଦାର ଲୁକ୍‌ ସହ ରହିଛି ଆକର୍ଷଣୀୟ ଫିଚର୍ସ

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ ୧୫/୧୧ : ବଜାରରେ ଏବେ ଇଲେକ୍ଟ୍ରିକ୍‌ ସ୍କୁଟରଗୁଡିକର ଚାହିଦା ବୃଦ୍ଧିପାଇବାରେ ଲାଗିଛି । ବିଭିନ୍ନ କମ୍ପାନୀ ଏବେ ନୂଆ ନୂଆ ଭର୍ସନର ଇଲେକ୍ଟ୍ରିକ୍‌ ସ୍କୁଟର ତିଆରି କରୁଛନ୍ତି । ଏହି କ୍ରମରେ ଏବେ ହାଇଦ୍ରାବାଦର ଏକ ଷ୍ଟାର୍ଟଅପ୍‌ କମ୍ପାନୀ Pure EVର ଏଟ୍ରାନ୍ସ ନିଇଓ ସ୍କୁଟର ବଜାର ପ୍ରବେଶ କରାଇଛି ।

ଏଟ୍ରାନ୍ସ ନିଇଓର ଇଲେକ୍ଟ୍ରିକ୍‌ ସ୍କୁଟରରେ ଦମଦାର ଲୁକ୍‌ ରହିଥିବା ବେଳେ ଆକର୍ଷଣୀୟ ଫିଚର୍ସ ରହିଛି । ଏଥିରେ OLA S1 ଏବଂ TVS ଆଇ କ୍ୟୁବ୍‌ ଭଳି ଫିଚର୍ସ ଦିଆଯାଇଛି । ସୁବଠାରୁ ଖାସ୍‌ କଥା ହେଉଛି ଏହାର ଦାମ OLA S1 ଏବଂ TVS ଆଇ କ୍ୟୁବ୍‌ ଠାରୁ ମଧ୍ୟ କମ ରହିଛି ।

{"width":749,"height":611}
Etrance-Neo का लुक बेहद शानदार

Pure EVର ଏଟ୍ରାନ୍ସ ନିଇଓ ସ୍କୁଟରର ପ୍ରାରମ୍ଭିକ ଦାମ ୭୮,୯୯୯ ଟଙ୍କା ରଖାଯାଇଛି । ଯେତେବେଳେକି OLA S1 ଏବଂ TVS ଆଇ କ୍ୟୁବ୍‌ର ଦାମ ପାଖାପାଖି ୧ ଲକ୍ଷ ଟଙ୍କା ରହିଛି । ଏହି ଇଲେକ୍ଟ୍ରିକ୍‌ ସ୍କୁଟର ଦେଶର ୨୦ଟି ରାଜ୍ୟରେ ଉପଲବ୍ଧ ଅଛି । ଏହା ବାଦ ଦେଶରେ କମ୍ପାନୀର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଡିଲର ମଧ୍ୟ ରହିଛନ୍ତି ।

ଫୁଲ ଚାର୍ଜରେ ଏହି ସ୍କୁଟର ୧୨୦ କିଲୋମିଟର ପର୍ଯ୍ୟନ୍ତ ଦୌଡିବ । ଏହାର ଟପ୍‌ ସ୍ପିଡ୍‌ ଘଣ୍ଟାପ୍ରତି ୬୦ କିଲୋମିଟର ରହିଛି । ଏହା ବାଦ୍‌ ୫ ସେକେଣ୍ଡ ମଧ୍ୟରେ ୦ରୁ ୪୦ କିଲୋମିଟର ପ୍ରତିଘଣ୍ଟା ବେଗ ଧରିପାରେ । ଏଟ୍ରାନ୍ସ ନିଇଓର ଲୋଡ କାପାସିଟି ୧୫୦କେଜି ପର୍ଯ୍ୟନ୍ତ ରହିଛି । Etrance Neo ସ୍କୁଟର ୬ଟି ରଙ୍ଗରେ ଉପଲବ୍ଧ ରହିଛି । ଧଳା, ଲାଲ୍‌, ନୀଳ, କଳା, ଗ୍ରେ ଏବଂ ସିଲଭର ରଙ୍ଗରେ ଉପଲବ୍ଧ ଅଛି ଏହି ଇଲେକ୍ଟ୍ରିକ୍‌ ସ୍କୁଟର । ଏଥିରେ ଚାରି ଇଞ୍ଚର ଏଲ୍‌ସିଡି ଡିସପ୍ଲେ, LED ହେଡଲାଇଟ୍‌ ଏବଂ ସ୍ମାର୍ଟ ଲକ୍‌ ମଧ୍ୟ ରହିଛି । 2.5kWH ଲିଥିୟମ ବ୍ୟାଟେରୀ ଯାହାକି BLDC ମୋଟର ସହ ଯୋଡିହୋଇ ରହିଛି । ଏଥିରେ ପୋର୍ଟେବୁଲ ବ୍ୟାଟେରୀ ମଧ୍ୟ ଦିଆଯାଇଛି ଯାହାକି ଆପଣ ଚାହିଁଲେ ବାହାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.