ନୂଆ ଶିକ୍ଷାନୀତି: ୨୦୩୫ ସୁଦ୍ଧା ୫୦% ଏନରୋଲମେଣ୍ଟ ଲକ୍ଷ ରଖିଛନ୍ତି ସରକାର

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୭:   ନୂଆ ଶିକ୍ଷାନୀତି-୨୦୨୦କୁ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରି ମିଳିଛି।  ଏ ନେଇ  କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ୩୪ ବର୍ଷରେ ସରକାର ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ କରିନଥିଲେ ବୋଲି ସେ କହିଛନ୍ତି। ତେବେ ଆଗାମୀ ଆହ୍ୱାନକୁ ନଜରରେ ରଖି ସରକାର ଏକବିଂଶ ଶତାବ୍ଦୀ ଲାଗି ନୂଆ ଶିକ୍ଷାନୀତି  ପ୍ରସ୍ତୁତ କରିଥିବାର ଜାବଡେକର କହିଛନ୍ତି।

{"id":307252,"sizeSlug":"large"}

ନୂଆ ଶିକ୍ଷାନୀତିରେ ସରକାର ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଏନରୋଲମେଣ୍ଟ ଲାଗି ଲକ୍ଷଧାର୍ଯ୍ୟ କରିଛନ୍ତି। ଏବେ ହିନ୍ଦୀ ଓ ଇଂରାଜୀ ଭଳି ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଇ-କୋର୍ସ ଉପଲବ୍ଧ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବ ଶିକ୍ଷାନୀତିରେ ମୋଟ ଜିଡିପିର ୪.୪ପ୍ରତିଶତ ବ୍ୟୟ ହେଉଥିଲା। ତେବେ ନୂଆନୀତିରେ ଏହି ପରିମାଣ ୬ ପ୍ରତିଶତ ଅଭିବୃଦ୍ଧି ହୋଇଛି।  ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ନୂଆ ଶିକ୍ଷାନୀତିରେ ଅନେକ ପରିବର୍ତ୍ତନର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

{"id":307254,"sizeSlug":"large"}

ଉଚ୍ଚଶିକ୍ଷା କ୍ଷେତ୍ରରେ ଗ୍ରେଡେଡ ଆକାଡେମିକ, ଆଡମିନେଷ୍ଟ୍ରେଟିଭ୍ ଓ ଫାଇନାନସିଆଲ ଅଟୋନମି ଆଦିକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମପାଳି ସରକାରରେ ମାନବ ସମ୍ବଳମନ୍ତ୍ରୀ ସ୍ମୃତି ଇରାନୀ ନୂଆ ଶିକ୍ଷାନୀତି ଲାଗି କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୬ ବର୍ଷ ପରେ ଏହା ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ମ଼ଞ୍ଜୁରି ଦେଇଛନ୍ତି। 

{"id":307256,"sizeSlug":"large"}

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଦେଶ ଲାଗି ଶିକ୍ଷାନୀତି ପ୍ରଣୟନ କରିଥିଲେ। ତେବେ ଶିକ୍ଷାକ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର ନୂଆ ଶିକ୍ଷାନୀତି ନିର୍ମାଣ କରିଛନ୍ତି। ଏହାଦ୍ୱାରା ପରିବର୍ତ୍ତିତ ପରିସ୍ଥିତିରେ ବିଶେଷ କରି ପ୍ରଯୁକ୍ତି କ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ଡିଜିଟାଲ ଶିକ୍ଷା ଓ ସୃଜନଶୀଳତାକୁ ଦୃଷ୍ଟିରେ ରଖି ନୂଆ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.