ଆମେରିକାରେ ନୂଆ ରୋଗ ସାଇକ୍ଲୋସପୋରା ଆତଙ୍କ, ପ୍ୟାକେଜ୍ ସାଲାଡ୍ ଖାଇ ୬୪୦ଜଣ ଅସୁସ୍ଥ

Published By : Prameya-News7 Bureau | July 26, 2020 IST

ନ୍ୟୁୟର୍କ, ୨୬|୦୭: ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହାମଧ୍ୟରେ ଆମେରିକାରେ ଆଉ ଏକ ବିପଦ ଆରମ୍ଭ ହୋଇଯାଇଛି । ଦେଶର ୧୧ଟି ରାଜ୍ୟରେ ଏକ ନୂଆ ରୋଗର ସଂକ୍ରମଣ ଆରମ୍ଭ ହୋଇଯାଇଛି । ପ୍ରାୟ ୬୪୦ଜଣ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି ।

କରୋନା ଭାଇରସ ଆମେରିକାରେ ତାଣ୍ଡବ ରଚିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ବିଭୀଷିକା ରଚୁଛି । ଏବେସୁଦ୍ଧା ଏହି ଦେଶରେ ୪୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୨ ଲକ୍ଷଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ପ୍ରାୟ ଦେଢ ଲକ୍ଷ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାମଧ୍ୟରେ ପୁଣି ଏକ ନୂଆ ରୋଗ ଆମେରିକାବାସୀଙ୍କ ଚିନ୍ତା ବଢାଇ ଦେଇଛି ।

୬୪୦ରୁ ଅଧିକ ଆମେରିକୀୟ ଏବେ ସାଇକ୍ଲୋସପୋରାରେ ଆକ୍ରାନ୍ତ । ପ୍ୟାକେଜ୍ ସାଲାଡରୁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି । କାରଣ ପ୍ୟାକେଜ୍ ସାଲାଡରେ ଆଇସବର୍ଗ ଲେଟ୍ୟୁସ୍, ରେଡ୍ କ୍ୟାବେଜ୍ ଓ କଲରା ରହୁଛି । ଏଥିରେ ଦିଆଯାଉଥିବା ରସାୟନିକ ଦ୍ରବ୍ୟରୁ ଏହି ରୋଗ ବ୍ୟାପିବାରେ ଲାଗିଛି ।

ଏହି ରୋଗ ହେଲେ ଆକ୍ରାନ୍ତମାନେ ଅସୁସ୍ଥ ଅନୁଭବ କରିବା ସହ ଥକ୍କାପଣ ଲାଗିରହେ । ଏପରିକି ହଠାତ ଓଜନ ମଧ୍ୟ ହ୍ରାସ ପାଉଛି । ଏହାସହ କିଛି ଆକ୍ରାନ୍ତ ଜ୍ୱର ଓ ଝାଡାବାନ୍ତିର ମଧ୍ୟ ଶିକାର ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.