କରୋନା କାଳରେ ଚୀନରୁ ମାଡି ଆସୁଛି ଆଉ ଏକ ରୋଗ ବ୍ରୁସେଲୋସିସ୍: ଆକ୍ରାନ୍ତ ହେଲେଣି ୩ ହଜାରରୁ ଅଧିକ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯ : କରୋନା ଭାଇରସର ଆତଙ୍କ ପରେ ପୁଣି ବିଶ୍ବକୁ ମାଡ଼ି ଆସୁଛି ଆଉ ଏକ ଅଜଣା ଭୟ । ଏଥର ଭୂତାଣୁ ନୁହେଁ, ଆତଙ୍କ ଆଣିଛି ଗୋଟିଏ ଜୀବାଣୁ । ଆଉ ଏହି ବ୍ୟାକ୍ଟେରିଆ ପୁରୁଷଙ୍କୁ କରି ଦେଉଛି ନପୁଂସକ । ଏହି ଜୀବାଣୁ ଚୀନରୁ ହିଁ ସୃଷ୍ଟି ହୋଇଛି । ଚୀନର ଗାନସୁ ପ୍ରଦେଶର ଏକ ବାୟୋଫାର୍ମାସିଟ୍ୟୁକାଲ୍ କମ୍ପାନୀର ଲ୍ୟାବ୍ ରୁ ଏହି ବ୍ୟାକ୍ଟେରିଆ ଲିକ୍ ହୋଇଛି । ଯାହାର ନା ରହିଛି ବ୍ରୁସେଲୋସିସ୍ । ଗୃହପାଳିତ ପଶୁମାନଙ୍କ ଠାରୁ ଏହି ବ୍ୟାକ୍ଟେରିଆ ମଣିଷଙ୍କୁ ବ୍ୟାପୁଛି । ଚୀନରେ ଏହି ଜୀବାଣୁ ଦ୍ବାରା ଆକ୍ରାନ୍ତ ହୋଇ ସାରିଲେଣି ହଜାରେରୁ ଅଧିକ ପୁରୁଷ । ଗାନସୁ ପ୍ରାନ୍ତ ରାଜଧାନୀ ଲାଞ୍ଚ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ୩ ହଜାର ୨୪୫ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।


ଆୟୋଗ ଅନୁଯାୟୀ, ଏହି ରୋଗ ପଶୁଙ୍କ ସମ୍ପର୍କରେ ଆସିବା ଯୋଗୁଁ ହୋଇଥାଏ । ୧୪୦୧ ଲୋକଙ୍କ ମଧ୍ୟରେ ଏହି ରୋଗର ସଂକ୍ରମଣ ଦେଖିବାକୁ ମିଳିଛି ଯେଉଁମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତେବେ ଏବେ ସୁଦ୍ଧା ଏହି ରୋଗରେ କାହାର ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ । ସ୍ୱାସ୍ଥ୍ୟ ଅଧିକାରୀ ସହରର ୨୯ ଲକ୍ଷ ୨୧ ହଜାର ୮୪୭ ଲୋକଙ୍କ ଯାଞ୍ଚ କରିଛି । ଏହି ରୋଗକୁ Malta fever କିମ୍ବା Mediterranean fever ବୋଲି ମଧ୍ୟ କୁହାଯାଏ । ଏହି ରୋଗର ଲକ୍ଷଣ ଗୁଡିକ ହେଲା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଜ୍ୱର, ଥକାପଣ ।

ଆମେରିକା ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁସାରେ ଏହି ରୋଗରୁ ଉତ୍ପନ୍ନ ହେଉଥିବା କିଛି ଲକ୍ଷଣ ପୁରୁଣା ମଧ୍ୟ ହୋଇପାରେ ଯାହା କେବେ ଦୂର ହୋଇପାରିବ ନାହିଁ । ବ୍ରୁସେଲୋସିସ୍ ଚୀନରେ ୧୯୮୦ ଦଶକର ଏକ ସାମାନ୍ୟ ରୋଗ ଥିଲା । କିନ୍ତୁ ପରେ ଏହି ରୋଗ ହ୍ରାସ ପାଇଥିଲା ।


CDC ଅନୁଯାୟୀ, ଏହି ରୋଗ କରୋନା ଭଳି ନୁହେଁ । ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇନଥାଏ । ଏହି ରୋଗରେ ସାଧାରଣତଃ ସେହିମାନେ ଆକ୍ରାନ୍ତ ହୋଇଥାନ୍ତି ଯେଉଁମାନେ ଦୂଷିତ ଭୋଜନ କରନ୍ତି କିମ୍ବା ନିଶ୍ୱାସ ପ୍ରଶ୍ୱାସରେ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହୋଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.