Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଗ୍ୟାସ୍ ସିଲିଣ୍ଡର୍ ଡେଲିଭରୀ ପାଇଁ ନଭେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଜାଣନ୍ତୁ କ’ଣ କରିବାକୁ ହେବ

27/10/2020 at 1:41 PM

ନୂଆଦିଲ୍ଲୀ ୨୭/୧୦ : ଗ୍ୟାସ ସିଲିଣ୍ଡର କଳାବଜାରୀ ଉପରେ ଲଗାମ ଲଗାଇବାକୁ ସରକାର ନଭେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ କରିବାକୁ ପ୍ରସ୍ତୁତି କରୁଛନ୍ତି। ନଭେମ୍ବର ୧ ତାରିଖରେ ଡେଲିଭରୀ ବଏ ସିଲିଣ୍ଡର ନେଇ ଘରକୁ ଆସିଲେ ତାଙ୍କୁ ଓଟିପି ଦେବାକୁ ହେବ। ସରକାରୀ ତୈଳ କମ୍ପାନୀ ଅନୁଯାୟୀ ନଭେମ୍ବର ୧ ତାରିଖରୁ ଦେଶର ୧୦୦ଟି ସ୍ମାର୍ଟ ସିଟିରେ ଗ୍ୟାସ୍ ଡେଲିଭରୀ ପାଇଁ ୱାନ୍ ଟାଇମ୍ ପାସୱାର୍ଡ଼ ବା ଓଟିପି ଅନିବାର୍ଯ୍ୟ।

ଏହି ନୂଆ ସିଷ୍ଟମକୁ DAC ନାଁ ଦିଆଯାଇଛି ଅର୍ଥାତ୍ ଡେଲିଭରୀ ଅଥେଣ୍ଟିକେସନ୍ କୋଡ୍। ଏବେ କେବଳ ବୁକିଂ କଲେ ସିଲିଣ୍ଡର୍ ଡେଲିଭର ହେବନାହିଁ। ସିଲିଣ୍ଡର ବୁକିଂ ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏକ କୋଡ୍ ପଠାଯିବ। ସେହି କୋଡ଼ ଆପଣଙ୍କୁ ଡେଲିଭରୀ ବଏକୁ ଦେଖାଇବାକୁ ହେବ। ଡେଲିଭରୀ ବଏକୁ ସେହି କୋଡ ନ ଦେଖାଇବା ଯାଏଁ ସିଲିଣ୍ଡର୍ ଡେଲିଭର୍ ହେବନାହିଁ।

ଯଦି କୌଣସି ଗ୍ରାହକ ଡିଷ୍ଟ୍ରିବ୍ୟୁଟର୍ ପାଖରେ ନିଜର ମୋବାଇଲ ନମ୍ବର୍ ଅପଡେଟ କରିନାହାନ୍ତି ତାହେଲେ ମଧ୍ୟ ଆପଣଙ୍କ ସିଲିଣ୍ଡର ଡେଲିଭର ହୋଇପାରିବ। ଡେଲିଭରୀ ବଏ ପାଖରେ ଏକ ଆପ ଥିବ, ଯେଉଁ ଆପ ଜରିଆରେ ଆପଣ ନିଜ ନମ୍ବର ଅପଡେଟ୍ କରିପାରିବେ। ଏହାପରେ କୋଡ୍ ଜେନେରେଟ୍ କରିପାରିବେ। ତେବେ ଯେଉଁ ଗ୍ରାହକଙ୍କ ଠିକଣା ଭୁଲ ଥିବ କିମ୍ବା ମୋବାଇଲ ନମ୍ବର ଭୁଲ ଥିବ ସେହି ଗ୍ରାହକଙ୍କ ପାଇଁ ସମସ୍ୟା। ଏଥିପାଇଁ ଗ୍ରାହକଙ୍କ ସିଲିଣ୍ଡର୍ ଡେଲିଭରୀ ରୋକି ଦିଆଯାଇପାରେ।

ତୈଳ କମ୍ପାନୀ ତରଫରୁ ସମସ୍ତ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି ଯେ ସେ ନିଜ ନାମ, ଠିକଣା ଓ ମୋବାଇଲ ନମ୍ବର ଅପଡେଟ୍ କରିଦିଅନ୍ତୁ। ଯେପରି ସିଲିଣ୍ଡର ଡେଲିଭରୀ ସମୟରେ ତାଙ୍କୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ। ତେବେ ଏହି ନିୟମ କମର୍ସିୟାଲ୍ ଏଲପିଜି ସିଲିଣ୍ଡର ପାଇଁ ଲାଗୁ ହେବନାହିଁ।

   Related Posts