ସରକାର ଜାରି କଲେ ଅନଲକ୍-୭ ଗାଇଡଲାଇନ୍, ସ୍କୁଲ-କଲେଜ ଅଡିଟୋରିୟମରେ କାର୍ଯ୍ୟକ୍ରମକୁ ଅନୁମତି

Published By : Prameya-News7 Bureau | July 11, 2021 IST

ନୂଆଦିଲ୍ଲୀ,୧୧/୦୭:  ରାଜ୍ୟରେ କରୋନା ଭାଇରସର ସଂକ୍ରମଣ ଧିରେଧିରେ କମୁଛି ।ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି । ଏହାମଧ୍ୟରେ ସରକାର ଅନଲକ୍-୭ର ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନରେ ଅନେକ କଟକଣା ହଟିଛି ।

ଦିଲ୍ଲୀ ସରକାର ଅନଲକ-୭ର ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନ ଅନୁସାରେ, ଦିଲ୍ଲୀ ପୋଲିସ, ସେନା ଟ୍ରେନିଂ କିମ୍ବା ଅନ୍ୟ କୌଣସି ସଂସ୍ଥାର ଟ୍ରେନିଂ ଉପରେ ଆଉ ରୋକ୍ ଲାଗିବ ନାହିଁ । ଆକାଡେମିକ ଗ୍ୟାଦରିଂ ବା ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିଛି । ଏଥିରେ ସ୍କୁଲ-କଲେଜର କୌଣସି କାର୍ଯ୍ୟକ୍ରମ ଆଦି ହୋଇପାରିବ ।  ସ୍କୁଲ-କଲେଜର ଅଡିଟୋରିୟମ ଶିକ୍ଷା ସମ୍ବନ୍ଧୀୟ ଟ୍ରେନିଂ କିମ୍ବା ବୈଠକ ପାଇଁ ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବ ।

ଦିଲ୍ଲୀରେ ଏବେ ଦୈନିକ ୧୦୦ରୁ କମ ମାମଲା ସାମ୍ନାକୁ ଆସୁଛି । ଶନିବାର ୭୬ଟି କେସ୍ ସାମ୍ନାକୁ ଆସିଥିଲା । କେବଳ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ମାର୍ଚ୍ଚ ୨୧ ପରେ ଏତେ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ୨୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଜୀବନ ହାରିଛନ୍ତି । ଏବେ କିନ୍ତୁ ମୃତ୍ୟସଂଖ୍ୟା କମୁଛି । ଏବେ ଦେଶର ରାଜଧାନୀରେ କେବଳ ୭୯୨ଟି ସକ୍ରିୟ ମାମଲା ରହିଛି । ହୋମ୍ ଆଇସୋଲେସନରେ ୨୫୬ ଜଣ ଆକ୍ରାନ୍ତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.