Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସାଙ୍ଗକୁ ମାରି ଖଣ୍ଡଖଣ୍ଡ କରି ଖଟ ବାକ୍ସରେ ଲୁଚାଇଥିଲା : ପିଲାଦିନର ସାଙ୍ଗ ରହୁଥିଲେ ଏକାଠି, ପଇସା ପାଇଁ ସବୁ ସରିଗଲା

27/10/2020 at 8:16 PM

ନୂଆଦିଲ୍ଲୀ, ୨୭|୧୦:     ନୂଆଦିଲ୍ଲୀ ସନ୍ତ ନଗରରେ ଘଟିଥିବା ସମୀର ମଲ୍ଲିକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଏହି ହତ୍ୟାକାଣ୍ଡର ତଦନ୍ତ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । କାରଣ ମୃତଦେହ ଶରୀରରେ ଏକାଧିକ ଛୁରାମାଡର ଚିହ୍ନ ଥିବା ବେଳେ ମୃତଦେହକୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ୨ଦିନ ପରେ ଏକ ଖଟ ବାକ୍ସ ଭିତରୁ ଉଦ୍ଧାର କରାଯାଇଥିଲା ।

ଗିରଫ ଅଭିଯୁକ୍ତ ହେଲା ସଲମାନ । ସେ ମୃତକଙ୍କ ରୁମ୍ ମେଟ୍ ବୋଲି ଜଣାପଡିଛି । ଉଭୟଙ୍କ ଘର ଉତ୍ତରପ୍ରଦେଶର ମୋରଦାବାଦରେ । ସଲମାନ କୌଣସି ଏକ ଘରୋଇ ସଂସ୍ଥାରେ କାମ କରେ । ତେବେ ସେ ହିଁ ସମୀରକୁ ହତ୍ୟା କରିଥିବା ଜେରାରେ ସ୍ୱୀକାର କରିଥିଲା । ଉଭୟଙ୍କ ମଧ୍ୟରେ ଟଙ୍କା ପଇସା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । କାରଣ ସମୀର ଠିକାଦାର ଭାବେ କାମ କରୁଥିବା ବେଳେ ସଲମାନ ତା ପାଖରେ କାମ କରୁଥିଲା । ଦରମା ଦିଆ ନିଆକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ପୋଲିସର କହିବାନୁସାରେ, ସଲମାନ ସମୀର ସହ ବଚସା ଲାଗିବା ପରେ ଘର ଛାଡିଦେଇଥିଲା । ତେବେ ହତ୍ୟାକାଣ୍ଡ ପରଠୁ ସେ ନିଖୋଜ ଥିଲା । ଫଳରେ ସନ୍ଦେହ ଘନୀଭୂତ ହୋଇଥିଲା । ଏହାପରେ ପୋଲିସ ମୋରଦାବାଦରେ ଚଢଉ କରି ସଲମାନକୁ ଗିରଫ କରିଥିଲା ।

   Related Posts