ନୂଆଦିଲ୍ଲୀ, ୧୬|୦୩: ସାରା ଦେଶରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଦିଲ୍ଲୀର ପ୍ରଥମ କରୋନା ପଜିଟିଭ୍ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ରୋହିତ ଦତ୍ତ ନାମକ ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ଦିଲ୍ଲୀର ପ୍ରଥମ କରୋନୀ ପୀଡିତ। ସେ ଫୋନରେ କଥାବାର୍ତ୍ତା ସମୟରେ ନିଜର ଅନୁଭୂତି ବାଣ୍ଟିଛନ୍ତି।
ସେ କହିଛନ୍ତି ଯେ, ସେ ଜାନୁଆରୀ ୨୧ରେ ପ୍ରଥମେ ଇଟାଲୀ ଓ ପରେ ହଙ୍ଗେରୀ ଯାଇଥିଲେ। ଫେବ୍ରୁଆରୀ ୨୫ରେ ଭାରତ ଫେରିଥିଲେ। ସେହିଦିନ ରାତ୍ରରେ ତାଙ୍କ ଶରୀରର ତାପମାତ୍ରା ୯୯.୫ ଡିଗ୍ରୀ ଫାରେନହାଇଟ୍ ରହିଥିଲା। ୨୬ ତାରିଖରେ ସେ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ। ତିନିଦିନ ଔଷଧ ଖାଇବା ପରେ ମଧ୍ୟ ପୁଣି ୨୮ ତାରିଖରେ ତାଙ୍କୁ ଜ୍ୱର ହୋଇଥିଲା।
{"id":239455,"width":750,"height":499,"sizeSlug":"large"}ସେ ଆହୁରି କହିଛନ୍ତି, ଆରଏମଏଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇତିଲା। ମାର୍ଚ୍ଚ ୧ରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ସେଠାକାର ଡାକ୍ତର ଓ ଷ୍ଟାଫ ବହୁତ ଭଲ ଥିଲେ।
{"id":239456,"width":748,"height":419,"sizeSlug":"large"}ଏବେ ସେ ଦୈନିକ ଏକ ଘଣ୍ଟା ପାଇଁ ଅଫିସ ଯାଉଛନ୍ତି। ଗତ ଶନିବାର ତାଙ୍କୁ ଡିସଚାର୍ଜ୍ କରାଯାଇଥିଲା। କିନ୍ତୁ ଏବେବି ସେ ଘରେ ଅଲଗା ରହୁଥିବା କହିଛନ୍ତି।