ଦୁଷ୍କର୍ମ ଅଭିଯୁକ୍ତ ଦାତୀ ମହାରାଜକୁ ଝଟକା : ସୁପ୍ରିମ କୋର୍ଟରେ ଖାରଜ ହେଲା ଆବେଦନ, ଗିରଫ ସମ୍ଭାବନା

Published By : Prameya-News7 Bureau | October 22, 2018 IST

ନୂଆ ଦିଲ୍ଲୀ ୨୨/୧୦: ଦୁଷ୍କର୍ମ ଅଭିଯୁକ୍ତ ଦାତୀ ମହାରାଜଙ୍କୁ ସୁପ୍ରିମ କୋର୍ଟଠାରୁ ଜୋରଦାର ଝଟକା ମିଳିଛି। ସୁପ୍ରିମ କୋର୍ଟ ଦାତୀ ମହାରାଜଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ତାଙ୍କୁ କୈାଣସି ପ୍ରକାର ଜାମିନ ମିଳିବ ନାହିଁ ବୋଲି ଅଦାଲତ କହିବା ସହ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।  ଫଳରେ ଦାତୀ ମହାରାଜ ଶୀଘ୍ର ଗିରଫ ହେବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ଜୁନ ୭ ତାରିଖରେ ରାଜସ୍ଥାନର ଜଣେ ୨୧ବର୍ଷ ବୟସ୍କା ଯୁବତୀ ଦାତୀ ମହାରଜ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଦିଲ୍ଲୀ ପୋଲିସ୍ ଜୁନ୍ ୧୧ତାରିଖରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ୍ ଜୁନ୍ ୨୨ତାରିଖରେ ଦାତୀ ମହାରାଜକୁ ପଚରାଉଚୁରା କରିଥିଲା। ଅଭିଯୋଗ ଅନୁସାରେ ଦାତୀ ମହାରାଜଏହି ଯୁବତୀଙ୍କୁ ଦିଲ୍ଲୀ ଏବଂ ରାଜସ୍ଥାନ ଆଶ୍ରମରେ ଦୁଷ୍କର୍ମ କରିଥିଲା। ଦାତୀ ମହାରାଜ ବିରୋଧରେ ଦୁଷ୍କର୍ମମାମଲାରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ସାକେତ କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଥିଲା। କ୍ରାଇମ ବ୍ରାଞ୍ଚର ଏହି ଚାର୍ଜସିଟରେ ଦାତୀ ମହାରାଜ ସହ ତାଙ୍କର ତିନି ସାବତ ଭାଇଙ୍କ ନାଁ ମଧ୍ୟ ରହିଛି। ଅପରପକ୍ଷରେ ଅଭିଯୋଗ ପରେ ମଧ୍ୟ ଦାତୀ ମହାରାଜ ଗିରଫ ନହେବାରୁ ଯୁବତୀଜଣକ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଯୁବତୀଙ୍କର ଅଭିଯୋଗର ଶୁଣାଣି କରିବା ବେଳେ ହାଇ କୋର୍ଟ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଦାତୀ ମହାରାଜ ହାଇ କୋର୍ଟର ନିର୍ଦ୍ଦେଶକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ଦାତୀ ତାଙ୍କ ଆବେଦନରେ ଗୁହାରି କରିଥିଲେ। କିନ୍ତୁ ସୁପ୍ରିମ କୋର୍ଟ ଦାତୀ ମହାରାଜର ଆବେଦନକୁ ଆଜି ଖାରଜ କରିଦେଇଛନ୍ତି । ଫଳରେ ଦାତୀ ମହାରାଜର ଏବେ ଗିରଫ ହେବାର ସମ୍ଭାବନା ରହିଛି    ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.