ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବାପାଇଁ ଧାର୍ଯ୍ୟ ହେଲା ନୂଆ ତାରିଖ

Published By : Prameya-News7 Bureau | January 17, 2020 IST

ନୂଆଦିଲ୍ଲୀ ୧୭।୦୧ - ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବାପାଇଁ ଧାର୍ଯ୍ୟ ହେଲା ନୂଆ ତାରିଖ ।ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ୪ ଜଣଙ୍କୁ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଦୋଷୀ ମୁକେଶର ଦୟା ଯାଚିକାକୁ ରାଷ୍ଟ୍ରପତି ଆଜି ଖାରଜ କରିଦେଇଛନ୍ତି ।

{"id":212640,"sizeSlug":"large"}

ସେପଟେ ଦୋଷୀ ବିନୟ ଶର୍ମା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ଯାହାକୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଆଉ ଏବେ ନିର୍ଭୟା ମାମଲା ଅପକମିଂ ଦିଲ୍ଲୀ  ନିର୍ବାଚନର ଏକ ପ୍ରସଙ୍ଗ ହେଲାଣି।

{"id":212638,"sizeSlug":"large"}

 ଫାଶୀ ପାଇଁ ନୂଆ ତାରିଖ ।ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ । ଏଥିପାଇଁ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ।

{"id":212629,"sizeSlug":"large"}

ପୂର୍ବରୁ ଏଥିପାଇଁ ଜାନୁଆରୀ ୨୨ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ କେତେକ ଦୋଷୀଙ୍କ କ୍ଷମା ଯାଚିକା ଯୋଗୁଁ ଏହା ବିଳମ୍ବିତ ହୋଇଛି ।କିନ୍ତୁ ତିନି ଦୋଷୀଙ୍କ ପାଇଁ ଏବେ ତିନି ପ୍ରକାରର ସ୍ଥିତି ରହିଛି ।

{"id":212630,"sizeSlug":"large"}

ଦୋଷୀ ମୁକେଶ ସିଂର ଦୟା ଯାଚିକାକୁ ରାଷ୍ଟ୍ରପତିଙ୍କ ଖାରଜ କରିଦେଇଛନ୍ତି । ଏଥିପାଇଁ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ  ପ୍ରସ୍ତାବ ଦେଇଥିଲେ।ଏଥିଯୋଗୁଁ ତାର ଫାଶୀ ଖୁଣ୍ଟରୁ ବର୍ତ୍ତିବାର ଆଉ କୌଣସି ରାସ୍ତା ନାହିଁ ।…

{"id":212631,"sizeSlug":"large"}

ହେଲେ ଅନ୍ୟତମ ଦୋଷୀ ବିନୟ ଶର୍ମା ଏବେବି ତାର ଓକିଲଙ୍କ ସହାୟତାରେ ଆଇନର ଗଳାବାଟ ଦେଇ ବର୍ତ୍ତିବା ପାଇଁ ପ୍ରୟାସ ଜାରି ରଖିଛି । ବିନୟର କ୍ୟୁରେଟିଭ୍‌ ପିଟିସନ୍ ପୂର୍ବରୁ ଖାରଜ ହୋଇଯାଇଛି ।କିନ୍ତୁ ବିନୟ ଗତକାଲି ରାତିରେ ହିଁ ମର୍ସି ପିଟିସନ୍ ବା ଦୟା ଯାଚିକା ଦାଖଲ କରିଛି।ତେଣୁ ଏହା ରାଷ୍ଟ୍ରପତିଙ୍କ ଦ୍ବାରା ପୁଣିଥରେ ଖାରଜ ହେବା ଆବଶ୍ୟକ ।

{"id":212631,"sizeSlug":"large"}

ତେବେ ବିନୟ ଶର୍ମା ଜେଲ୍ ଟୟଲେଟ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ଯାହାକୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।ସେପଟେ ଅନ୍ୟତମ ଦୋଷୀ ପୱନ ବର୍ମା ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପୁଣିଥରେ ଦୟା ଯାଚିକା ରଖିଛି ।

{"id":212632,"sizeSlug":"large"}

ନିର୍ଭୟା ଘଟଣା ବେଳେ ସେ ନାବାଳକ ଥିଲା ଏବଂ ଦିଲ୍ଲୀ ହାଇକୋର୍ଟ ତାର ସେହି ଯାଚିକାକୁ ଖାରଜ କରିଦେଇଥିଲେ ।ଏବେ ସୁପ୍ରିମକୋର୍ଟରେ ଏହାକୁ ପୱନ ବର୍ମା ନିଜ ଓକିଲଙ୍କ ଦ୍ବାରା ଚ୍ୟାଲେଞ୍ଜ କରିଥିବାରୁ ତା ଉପରେ ଶୁଣାଣି ହେବ ।..

{"id":212633,"sizeSlug":"large"}

ସେପଟେ ଏହି ଘଟଣାକୁ ନେଇ ଆରମ୍ଭ ହେଲାଣି ରାଜନୀତିର ରୁଟି ସେକା।  ନିର୍ଭୟାଙ୍କ ମା’ ଆଶାଦେବୀ ରାଜନୀତିରେ ଯୋଗଦେବା ଚର୍ଚ୍ଚା ହେଇଛି ।

{"id":212636,"sizeSlug":"large"}

ସେ କଂଗ୍ରେସରେ ଯୋଗଦେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇଛି ।ତେବେ ଏହାକୁ ନିଜେ ଆଶାଦେବୀ ଖଣ୍ଡନ କରି ତାଙ୍କ ଝିଅକୁ ନ୍ୟାୟ ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି । ଆଉ ସେପଟେ ଦିଲ୍ଲୀର ଆପ୍‌ ସରକାର ପାଇଁ ହିଁ ଆଇନର ପ୍ରକ୍ରିୟା ଲମ୍ବି ଚାଲିଥିବା ଅଭିଯୋଗ କରିଛି ବିଜେପି। ଯାହାର ଜବାବ ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

{"id":212637,"sizeSlug":"large"}

ତାରିଖ ପରେ ତାରିଖ ଗଡ଼ି ଚାଲିଛି ।୨୦୧୨ ନିର୍ଭୟା ଗଣଦୁଷର୍ମ ଓ ହତ୍ୟାର ଶିକାର ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ କେବେ ନ୍ୟାୟ ମିଳିବ ତାହା ସମୟ ହିଁ କହିପାରିବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.