Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଦ୍ବିତୀୟ ସର୍ବାଧିକ ସାଇବର କ୍ରାଇମ୍ ଦେଶ ଭାରତ , ୩ମାସରେ ଆସିବ ନୂଆ ସାଇବର ସୁରକ୍ଷା ନିୟମ

12/03/2020 at 10:17 AM

ନୂଆଦିଲ୍ଲୀ ୧୨/୩: ଭାରତ ଖୁବ୍ ଶୀଘ୍ର ନୂଆ ସାଇବର ସୁରକ୍ଷା ନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏହାର ଘୋଷଣା ଆଗାମୀ ଦୁଇ କିମ୍ବା ତିନି ସପ୍ତାହରେ ହୋଇପାରେ। ୨୦୨୦ମସିହା ଷଷ୍ଠ ସାଇବର ସୁରକ୍ଷା ଇଣ୍ଡିଆ ସମିଟରେ ପିଏମଓର ଜାତୀୟ ସାଇବର ସୁରକ୍ଷା ସମନ୍ବୟକ ଲେଫ୍ଟନାଣ୍ଟ ଜେନେରାଲ୍ ଡାକ୍ତର ରାଜେଶ ପନ୍ଥ ଏହି ବିଷୟରେ ସୂଚନା ଦେଇଥିଲେ।

ସେ କହିଛନ୍ତି ଯେ ନୂଆ ନୀତିରେ ସମସ୍ତ ଦିଗ ପ୍ରତି ଧ୍ୟାନ ରଖାଯିବ। ଏହା ଜରିଆରେ ସାଇବର ବିପଦକୁ ବୁଝିବାକୁ ଏବଂ ସମ୍ବନ୍ଧିତ ପକ୍ଷଗୁଡ଼ିକ ମଧ୍ୟରେ ବୁଝାମଣାକୁ ଉନ୍ନତ କରାଯିବ। ସମିଟରେ କୁହାଯାଇଛି ଯେ ଭାରତ ଦ୍ବିତୀୟ ସର୍ବାଧିକ ସାଇବର ଆକ୍ରମଣ ହେଉଥିବା ଦେଶ। ଏହା ଯୋଗୁଁ ଦେଶର ଜିଡିପି ଉପରେ ପ୍ରଭାବ ପଡ଼ିପାରେ। ଭାରତରେ ଡାଟାର ମାଲିକାନା ଅଧିକାର ଉପରେ ତର୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି।

 ପ୍ରତିଦିନ ୩କୋଟି ଲୋକଙ୍କୁ ସେବା ଯୋଗାଉଥିବାବେଳେ ୩୦ଲକ୍ଷ ଲୋକଙ୍କୁ ଡାଟା କ୍ରିସ୍ ଜରିଆରେ ଜମା କରାଯାଉଛି। ୧୪ଲକ୍ଷ କର୍ମଚାରୀଙ୍କ ଡାଟା ମଧ୍ୟ ୪୫ରୁ ୫୦ବର୍ଷ ଯାଏଁ ସମ୍ଭାଳିବାକୁ ପଡ଼ୁଛି। ଏହି ଡାଟାର ନିଜସ୍ବତାକୁ ଧ୍ୟାନରେ ରଖି ସେବା ପ୍ରଦାନ କରିବା କଠିନ କାମ ହୋଇଯାଇଛି।

   Related Posts